ଗୀତ ଗାଇଲେ ଟାଇଗର : ଭିଡିଓ ଦେଖି ଏହିଭଳି ପ୍ରତିକ୍ରିୟା ରଖିଲେ ଦିଶା

Published By : Prameya-News7 Bureau | May 04, 2020 IST

ମୁମ୍ବାଇ ୦୪/୦୫ : କରୋନା ଯୋଦ୍ଧାଙ୍କ ପାଇଁ ଫଣ୍ଡ ଏକାଠି କରିବା ପାଇଁ ରବିବାର ଦିନ ବଲିଉଡ ତାରକା ଏକ ଆଇ କନ୍ସର୍ଟ ଆୟୋଜନ କରିଥିଲେ | ଏହି କନ୍ସର୍ଟରେ ଶାହରୁଖ ଖାନ, ଅମୀର ଖାନ, ପ୍ରିୟଙ୍କା ଚୋପ୍ରା, ନିକ ଜୋନସ, ଅକ୍ଷୟ କୁମାର ଓ ଅନ୍ୟାନ୍ୟ କଳାକାର ଗୀତ ଗାଇଥିଲେ, ଡ୍ୟାନ୍ସ କରିଥିଲେ ଏବଂ ପ୍ରଶଂସକଙ୍କ ମନୋରଞ୍ଜନ କରିଥିଲେ | ଡୋନେସନ ପାଇଁ କଳାକାରମାନେ ପ୍ରଶଂସକଙ୍କୁ ମଧ୍ୟ ଅନୁରୋଧ କରିଥିଲେ | କନ୍ସର୍ଟରେ ଟାଇଗର ଶ୍ରଫ ମଧ୍ୟ ଗୀତ ଗାଇଥିଲେ | ଟାଇଗରଙ୍କ ଗୀତ ଶୁଣି ଦିଶା ପଟାନି ବହୁତ ପ୍ରଶଂସା କରିଛନ୍ତି | ବରୁଣ ଧୱନଙ୍କ ଅଭିନୀତ ଫିଲ୍ମ ଅକ୍ଟୋବରର ଏକ ଗୀତ ଗାଇଥିଲେ ଟାଇଗର | ଟାଇଗର ନିଜର ଏହି ଭିଡିଓ ଇନ୍ସଟାଗ୍ରାମରେ ସେୟାର କରିଛନ୍ତି |

{"id":264530,"sizeSlug":"large"}

ଟାଇଗର ନିଜର ଭିଡିଓ ସେୟାର କରିବା କ୍ଷଣି ଦିଶା କମେଣ୍ଟ ବକ୍ସରେ ହାର୍ଟ ଇମୋଜୀ ଦେଇଥିଲେ | ଏହା ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ ଟାଇଗର ଓ ଦିଶା ଲକଡାଉନ ସମୟରେ ଏକାଠି ରହୁଛନ୍ତି | ଏହାକୁ ନେଇ ଟାଇଗରଙ୍କ ଭଉଣୀ କୃଷ୍ଣା ପ୍ରତିକ୍ରିୟା ରଖିଥିଲେ | ସେ ଏହି ଗୁଜବକୁ ଖଣ୍ଡନ କରିଥିଲେ | ସେ କହିଥିଲେ ଦିଶା ତାଙ୍କ ସହ ରହୁ ନାହାନ୍ତି | କିନ୍ତୁ ସେ ତାଙ୍କ ଘର ପାଖରେ ରୁହନ୍ତି | ସେଥିପାଇଁ ଆମେ ବେଳେବେଳେ ମିଶିକି ସପିଙ୍ଗ କରିବାକୁ ଯାଉ | ନିଜ ଭାଇ ସମ୍ପର୍କରେ କୃଷ୍ଣା କହିଥିଲେ ଯେ ଟାଇଗର ବେଶୀ ମିଳାମିଶା କରନ୍ତିନି | ସେ ଏକା ରହିବାକୁ ପସନ୍ଦ କରନ୍ତି | ତଥାପି ଯଦି ଟାଇଗର ଓ ଦିଶା ମଧ୍ୟରେ ଭଲ ବନ୍ଧୁତ୍ୱ ରହିଛି ତାହେଲେ ଦିଶା ଥଣ୍ଡା ମିଜାଜ ଝିଅ | ଉଭୟ ଅନେକ ବର୍ଷରୁ ପରସ୍ପରକୁ ଜାଣିଛନ୍ତି | 

wp:core-embed/instagram {"url":"https://www.instagram.com/p/B_wOZSZHfW7/","type":"rich","providerNameSlug":"instagram","className":""}
https://www.instagram.com/p/B_wOZSZHfW7/
/wp:core-embed/instagram

ଟାଇଗର ଓ ଦିଶା ବାଘି-୨ ରେ ଏକାସଙ୍ଗେ କାମ କରିଥିଲେ | ଫିଲ୍ମରେ ଉଭୟଙ୍କ ଯୋଡିକୁ ବହୁତ ପସନ୍ଦ କରାଯାଇଥିଲା | ବାଘି-୩ ରେ ଦିଶା ଏକ ଆଇଟମ ଗୀତରେ ଡ୍ୟାନ୍ସ କରିଛନ୍ତି | ଦିଶାଙ୍କ ଆଗାମୀ ଫିଲ ରାଧେ ଯେଉଁଥିରେ ସେ ସଲମାନ ଖାନଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି | ଅପରପକ୍ଷରେ ଟାଇଗର ଫିଲ ପାଗଲପନ୍ତି-୨ରେ ଅଭିନୟ କରୁଛନ୍ତି | ଲକଡାଉନ ଶେଷ ହେବାପରେ ଫିଲ୍ମର ସୁଟିଙ୍ଗ ଆରମ୍ଭ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.