ଫିଟନେସ୍ ରେ ଟାଇଗରଙ୍କ ଠାରୁ ଆଗରେ ଅଛନ୍ତି ତାଙ୍କ ମା, ୬୦ ବର୍ଷ ବୟସରେ ୯୫ କେଜିର ଓଜନ ଉଠାଇଲେ, କମେଣ୍ଟରେ ଦିଶା ଲେଖିଲେ…
27/01/2021 at 4:50 PM

ନୂଆଦିଲ୍ଲୀ ୨୭/୦୧ : ଯେଉଁ ବୟସରେ ଲୋକମାନେ ଘରେ ବସି ଆରାମ କରନ୍ତି ସେହି ବୟସରେ ଟାଇଗର ସର୍ଫଙ୍କ ମା’ ଆୟଶା ସର୍ଫ ଜିମ୍ ରେ ଝାଳ ବୁହାଉଥିବା ନଜରକୁ ଆସିଛନ୍ତି । ୬୦ ବର୍ଷ ବୟସରେ ଟାଇଗରଙ୍କ ମା’ ୯୫ କେ.ଜି ର ଓଜନ ଉଠାଇଛନ୍ତି , ଯାହାର ଭିଡିଓ ସେ ନିଜର ଇନଷ୍ଟାଗ୍ରାମ୍ ରେ ସେୟାର କରିଛନ୍ତି । ଆୟଶା ସର୍ଫଙ୍କର ଏହି ଭିଡିଓ ବେଶ ଭାଇରଲ ହେବାର ଲାଗିଛି । ଏହି ଭିଡିଓରେ ନିଜେ ଟାଇଗର ତାଙ୍କ ମା ଙ୍କର ୱାର୍କଆଉଟ୍ କରୁଥିବାର ନଜରକୁ ଆସିଛନ୍ତି ।

ଆୟଶା ସର୍ଫ ଙ୍କର ଏହି ଭିଡିଓ ଦେଖି ତାଙ୍କର ବହୁ ହେବାକୁ ଯାଉଥିବା ଦିଶା ପଟାନୀ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଦିଶା କମେଣ୍ଟ କରି ଲେଖିଛନ୍ତି, ‘ଅଦ୍ଭୁତ ଶକ୍ତି …’ ଏହାକୁ ତାଙ୍କ ଝିଅ କୃଷ୍ଣା ସର୍ଫ ମଧ୍ୟ କମେଣ୍ଟ ଦେଇଛନ୍ତି । ଆୟଶାଙ୍କର ଏହି ଭିଡିଓ କୁ ଦେଖି ଏଥିରୁ ଜଣାପଡୁଛି କେବଳ ଟାଇଗର ସର୍ଫ ନିହଁନ୍ତି ବରଂ ତାଙ୍କର ପୁରା ପରିବାର ଫିଟନେସ୍ ଉପରେ ଧ୍ୟାନ ଦେଇଥାନ୍ତି । ୬୦ ବର୍ଷର ଆୟଶା ସୋସିଆଲ୍ ମିଡିଆରେ ବେଶ ସକ୍ରିୟ ରହିଥାନ୍ତି । ଆୟଶା ଜଣେ ଫିଲ୍ମ ପ୍ରଡ୍ୟୁସର, ଏବଂ ସେ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି । ଆୟଶା ଏକ ଫେମସ୍ ମଡେଲ୍ ଏବଂ ସେ ୧୯୮୪ ମସିହାରେ ମନିଶ ବାହାଲ ଙ୍କର ଫିଲ୍ମ ‘ତେରୀ ବାହୋ ମେଁ’ ରୁ ବଲିଉଡ୍ ରେ ଡେବ୍ୟୁ କରିଥିଲେ ।

ଆୟଶାଙ୍କର ସରଳତା କୁ ଦେଖି ଜ୍ୟାକି ତାଙ୍କର ହୃଦୟ ଦେଇ ବସିଥିଲେ । ଯେବେ ଦୁଇଜଣଙ୍କର ପ୍ରଥମ ଦେଖା ହୋଇଥିଲା, ଜ୍ୟାକି ସେତେବେଳେ ଅନ୍ୟ ଜଣେ ଝିଅ ସହିତ ରିଲେସନସିପ୍ ରେ ଥିଲେ , ଯିଏକି ବିଦେଶରେ ରହି ପାଠ ପଢୁଥିଲେ । ଜ୍ୟାକି ଙ୍କ ଗାର୍ଲଫ୍ରେଣ୍ଡ ତାଙ୍କ ଉପରେ ଖୁବ୍ ବିଶ୍ୱାସ କରୁଥିଲେ । ଜ୍ୟାକି ଏବଂ ଆୟଶାଙ୍କର ପ୍ରଥମ ଦେଖା ଅତ୍ୟନ୍ତ ହୃଦୟସ୍ପର୍ଶି ହୋଇଥିଲା । ଜ୍ୟାକି ଦିନେ ରାସ୍ତା କଡରେ ଛିଡା ହୋଇଥିଲେ , ସେହିସମୟରେ ଜଣେ ୧୩ ବର୍ଷର ଝିଅ ସ୍କୁଲ ୟୁନିଫର୍ମ ରେ ବସ୍ ରେ ବସିଥିବାର ନଜର କୁ ଆସିଥିଲେ । ଜ୍ୟାକି ସେହି ଝିଅକୁ ପ୍ରଥମ ଦେଖାରେ ତାଙ୍କର ହୃଦୟ ଦେଇ ବସିଥିଲେ । ସେ ତାଙ୍କୁ ତାଙ୍କର ନାମ ପଚାରିଲେ ଏବଂ କହିଲେ ଏହା ଏକ ରେକର୍ଡିଙ୍ଗ ଷ୍ଟୋରଆଡକୁ ଯାଉଛି । କଣ ସେ ତାଙ୍କ ସହ ଯିବାକୁ ପସନ୍ଦ କରିବେ ? ଏହା ପରେ ଜ୍ୟାକି ସେହି ଝିଅକୁ ମ୍ୟୁଜିକ୍ ଆଲବମ୍ କିଣିବାରେ ସାହାଯ୍ୟ କରିଥିଲେ । ସେହି ଝିଅ ଜ୍ୟାକିଙ୍କ ପତ୍ନୀ ଆୟଶା ଥିଲେ ।

ଆୟଶା ଙ୍କ ସହ ଦେଖା ହେବ ପରେ ଜ୍ୟାକି ତାଙ୍କୁ କହିଥିଲେ ,ସେ ପୂର୍ବରୁ ଜଣଙ୍କ ସହ ରିଲେସନ୍ ରେ ଅଛନ୍ତି । ଆୟଶା ଜ୍ୟାକିଙ୍କ ପ୍ରେମରେ ଏତେ ପାଗଳ ଥିଲେ, ସେ ଜ୍ୟାକିଙ୍କୁ ତାଙ୍କ ଗାର୍ଲଫ୍ରେଣ୍ଡ ପାଖକୁ ଏକ ଚିଠି ଲେଖିବାକୁ କହିଥିଲେ, ଯେଉଁଥିରେ ସେ ଏହା ଲେଖିବାକୁ କହିଥିଲେ, ଯଦି ସେ ରାଜି ହେବେ ତେବେ ତିନି ଜଣ ସାଥି ହୋଇ ଖୁସିରେ ରହିପାରିବା । ଏହା ପରେ ଜ୍ୟାକିଙ୍କୁ ଅନୁଭବ ହୋଇଥିଲା ଯେ ଆୟଶା ତାଙ୍କୁ କେତେ ଭଲ ପାଆନ୍ତି । ଆୟଶା ଚିଠି ଲେଖିବା ପରେ ଦୁଇଜଣ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ କିନ୍ତୁ ଏଥିପାଇଁ ତାଙ୍କ ପରିବାର ଲୋକେ ରାଜି ହୋଇନଥିଲେ । କାରଣ ଦୁଇଜଣଙ୍କର ଲାଇଫ ଷ୍ଟାଇଲ ଭିନ୍ନ ଥିଲା । କିନ୍ତୁ ଦୁଇଜଣ କିଛି ନଦେଖି ବିବାହ କରିଥିଲେ ।