Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||

ଗିରଫ ହେଲେ ବଲିଉଡ ଅଭିନେତା ଟାଇଗର ଶ୍ରଫ!

7/01/2020 at 2:44 PM

ମୁମ୍ବାଇ୭|୧: ଆକ୍ସନ ଫିଲ୍ମ ପାଇଁ ଅଧିକ ଚର୍ଚ୍ଚାରେ ଥିବା ଅଭିନେତା ଟାଇଗର ଶ୍ରଫଙ୍କ କ୍ରେଜ୍‌ ଆଜିକାଲି ଦର୍ଶକଙ୍କ ମଧ୍ୟରେ ଅଧିକ ଦେଖିବାକୁ ମିଳୁଛି। ଅଭିନୟ ବ୍ୟତୀତ ଟାଇଗରଙ୍କ ଡ୍ୟାନ୍ସିଂ ଟ୍ୟାଲେଣ୍ଟ ପାଇଁ ସେ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି।

ଏବେ ଟାଇଗରଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ପୋଲିସ ତାଙ୍କୁ ଗିରଫ କରୁଥିବାର ନଜର ଆସିଛି। ଫଟୋରେ ଟାଇଗର ପୋଲିସ ଗାଡିରେ ବସିଛନ୍ତି ଓ ପୋଲିସ ଅଧିକାରୀ ତାଙ୍କ ହାତରେ ହାତକଡ଼ି ପିନ୍ଧାଉଥିବା ଦେଖିବାକୁ ମିଳିଛି। ଫଟୋ ଦେଖି ଫ୍ୟାନ୍ସମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି।  

ତେବେ ଟାଇଗରଙ୍କୁ ପୋଲିସ କାହିଁକି ଗିରଫ୍‌ କଲା ତାହା ଅନେକ ଦର୍ଶକ ଭାବୁଥିବେ। ପ୍ରକୃତରେ ଏହି ଫଟୋରେ ଥିବା ଦୃଶ୍ୟ ସତ ନୁହେଁ। ଏହି ଫଟୋ ଟାଇଗରଙ୍କର ଆଗାମୀ ଫିଲ୍ମ ‘ବାଗୀ ୩’ ଶୁଟିଂ ସେଟ୍‌ ରୁ ଲିକ୍‌ ହୋଇଛି। ଟାଇଗରଙ୍କ ଫ୍ୟାନ କ୍ଲବ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଟାଇଗରଙ୍କ ଫଟୋ ବ୍ୟତୀତ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି।

 ଏହି ଭିଡିଓରେ ‘ବାଗୀ ୩’ ଶୁଟିଂ ସେଟ୍‌ରେ ଦର୍ଶକଙ୍କ ଭିଡ ଜମିଛି। ଟାଇଗରଙ୍କ ‘ବାଗୀ’ ସିରିଜ୍‌ର ତୃତୀୟ ପାର୍ଟରେ ଜବରଦସ୍ତ ଆକ୍ସନ ରହିଛି। ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇସାରିଛି। ଏହି ପିଲ୍ମରେ ଟାଇଗର ଶ୍ରଫଙ୍କ ବିପକ୍ଷରେ ଶ୍ରଦ୍ଧା କପୁର ରୋମାନ୍ସ କରିଛନ୍ତି। ‘ବାଗୀ ୨’ଫିଲ୍ମରେ ଦିଶା ପଟ୍ଟାନୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

ରିପୋର୍ଟ ଅନୁସାରେ ରାଜସ୍ଥାନର ଜୟପୁରରେ ‘ବାଗୀ ୩’ ଫିଲ୍ମର ଶୁଟିଂ ଆରମ୍ଭ ହୋଇସାରିଛି। ଏହି ଫିଲ୍ମରେ ଟାଇଗରଙ୍କ ସହ ଅଭିନେତା ରିତେଶ ଦେଶମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଶୁଟିଂ ସେଟ୍‌ରେ ରିତେଶ ପୋଲିସ ପୋଷାକ ପିନ୍ଧିଥିବା ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫିଲ୍ମରେ ଆଶୁତୋଷ ରାଣା, ଚଙ୍କି ପାଣ୍ଡେ ଏବଂ ଅଙ୍କିତା ଲୋଖଣ୍ଡେ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।

   Related Posts