ରିଲିଜ ହେଲା ହ୍ରିତିକ୍ –ଟାଇଗରଙ୍କ “ୱାର” ଟିଜର

Published By : Prameya-News7 Bureau | July 21, 2019 IST

ମୁମ୍ବାଇ୨୧|୭: ବଲିଉଡ ଫିଲ୍ମ “ସୁପର ୩୦”ରେ ଧମାଲ କରିବା ପରେ ଏବେ ପୁଣି ପରଦାରେ ଦମଦାର ଭୂମିକାରେ ନଜର ଆସିବେ ହ୍ରିତିକ୍‌ ରୋଶନ। ଗତ କିଛି ଦିନ ହେବ ଫିଲ୍ମ ଜଗତରୁ ଦୂରେଇ ରହିଥିବା ହ୍ରିତିକ୍‌ ସୁପର ୩୦ରୁ କମ୍‌ବ୍ୟାକ୍‌ କରିଛନ୍ତି। ବ୍ଲକ୍‌ବଷ୍ଟରରେ ହିଟ୍‌ ହୋଇଥିବା ଫିଲ୍ମ “ସୁପର ୩୦” ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ଫିଲ୍ମଟି ଖୁବ ଭଲ ଆୟ ମଧ୍ୟ କରିଛି। ଏହି ଫିଲ୍ମରେ ମଧ୍ୟ ନିଜ ଅଭିନୟ ଦ୍ବାରା ହ୍ରିତିକ୍‌ ଅନେକ ଫ୍ୟାନ୍‌ଙ୍କ ଦିଲ୍‌ରେ ରାଜ କରୁଛନ୍ତି। ତେବେ ଗୋଟେ ଆଡେ ତାଙ୍କ ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ କରୁଥିବା ବେଳେ ଅନ୍ୟ ପଟେ ତାଙ୍କ ଆକ୍ସନ ଫିଲ୍ମର ଟିଜର ରିଲିଜ ହୋଇଛି।

{"id":135877}

ବଲିଉଡ ଫିଲ୍ମ “ୱାର”ରେ ଅଭିନେତା ହ୍ରିତିକ୍‌ଙ୍କ ସହ ମୁଖ୍ୟ ବୂମିକାରେ ଟାଇଗର ଶ୍ରଫ ମଧ୍ୟ ନଜର ଆସିବେ। ଆକ୍ସନ ଓ ଡାନ୍ସର ରିୟଲ ହିରୋର କମ୍ବୋ ପରଦାରେ ଦେଖିବାକୁ ମିଳିବ। ଏବେ କିଛି ଦିନ ତଳେ ରିଲିଜ ହୋଇଥିବା ଫିଲ୍ମ “ୱାର”ର ଟିଜର ୟୁଟ୍ୟୁବ୍‌ ଓ ଅନ୍ୟାନ୍ୟ ସୋସିଆଲ ମିଡିଆରେ ଧମାଲ କରୁଛି। ୪ କୋଟିରୁ ଅଧିକ ୟୁଜର୍ସ ଟିଜର ଦେଖିସାରିଛନ୍ତି।

{"id":135878}

ୟଶରାଜ ଫିଲ୍ମର “ଠଗ୍ସ ଅଫ ହିନ୍ଦୁସ୍ତାନ” ବକ୍ସ ଅଫିସରେ କିଛି ଅଧିକ ଆୟ କରିନଥିଲା। ଏହା ପରେ ୟଶରାଜର ଆଗାମୀ ଫିଲ୍ମ “ୱାର” ହିଟ୍‌ ହେବ ବୋଲି ଦର୍ଶକ ଓ ଫିଲ୍ମ ନିର୍ମାତାଙ୍କ ଆଶା ଅଛି। ଫିଲ୍ମ ୱାର ଚଳିତ ବର୍ଷ ଅକ୍ଟୋବର ମାସ ୨ତାରିଖରେ ରିଲିଜ ହେବ ବୋଲି ଘୋଷଣା କରାଯାଇଛି। ଫିଲ୍ମରେ ହ୍ରିତିକ୍‌ ଓ ଟାଇଗର ଶ୍ରଫଙ୍କ ବ୍ୟତୀତ ବାନୀ କପୁର ମୁଖ୍ୟ ଭୂମିକାରେ ନଜର ଆସିବେ। ଟିଜରରେ ଅଭିନେତା ଓ ଅଭିନେତ୍ରୀଙ୍କ ଲୁକ୍‌ ଏବେ ୟୁଟ୍ୟୁବ୍‌ରେ ଟ୍ରେଣ୍ଡ ପାଲଟିଛି। ବାନୀ ବହୁତ ହଟ୍‌ ଲୁକ୍‌ରେ ଚଳଚ୍ଚିତ୍ରରେ ନଜର ଆସିବେ। ଅପରପକ୍ଷରେ ହ୍ରିତିକ୍‌ ଓ ଟାଇଗରଙ୍କ ଲୁକ୍‌ ମଧ୍ୟ ବେଶ ଦମଦାର ରହିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.