Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

‘ଗଣପତ’ରେ ଟାଇଗରଙ୍କ ପିତା ଭୂମିକାରେ ବିଗ୍ ବି: ବକ୍ସର ଚରିତ୍ରରେ ଆସିବେ ନଜର

26/10/2021 at 5:15 PM

ମୁମ୍ବାଇ ୨୬/୧୦ : ଟାଇଗର ଶ୍ରଫ୍ ଓ କୃତି ସାନନଙ୍କ ଫିଲ୍ମ ‘ଗଣପତ’ ମୋଷ୍ଟ ୱାଣ୍ଟେଡ ଫିଲ୍ମ ମଧ୍ୟରୁ ଗୋଟିଏ। ଫିଲ୍ମର ଶୁଟିଂ ଶୀଘ୍ର ଆରମ୍ଭ ହେବ। ଫିଲ୍ମର ଅନେକ ପୋଷ୍ଟର ଓ ମୋଶନ ପୋଷ୍ଟର ସାମ୍ନାକୁ ଆସିଛି। ଦୁଇଟି ପାର୍ଟରେ ହେବାକୁଥିବା ଏହି ଫିଲ୍ମରେ ଟାଇଗର ଶ୍ରଫ୍ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମରେ ଟାଇଗରଙ୍କ ପିତା ଜ୍ୟାକି ଶ୍ରଫ୍ ମଧ୍ୟ ଏକ ଖାସ ଚରିତ୍ରରେ ନଜର ଆସିବେ ବୋଲି କୁହାଯାଉଛି। ସେ ନିଜେ ଏହି ଫିଲ୍ମରେ ପୁଅ ସହ ଅଭିନୟ କରିବାକୁ ଇଛା ପ୍ରକାଶ କରିଥିଲେ। କିନ୍ତୁ ଏବେ ଆଉ ଏକ ଅପଡେଟ ଆସିଛି। ଫିଲ୍ମରେ ଟାଇଗରଙ୍କ ପିତା ଭୂମିକାରେ ବିଗ ବି ଅମିତାଭ ବଚ୍ଚନ ଅଭିନୟ କରିବେ।

ପିଙ୍କଭିଲ୍ଲାର ଏକ ରିପୋର୍ଟ ଅନୁଯାୟୀ, ଅମିତାଭ ବଚ୍ଚନଙ୍କୁ ଫିଲ୍ମ ‘ଗଣପତ’ରେ ଟାଇଗରଙ୍କ ପିତା ଚରିତ୍ରରେ ଅଭିନୟ କରିବାକୁ ଯୋଗାଯୋଗ କରାଯାଇଛି। ଫିଲ୍ମରେ ଟାଇଗର ଜଣେ ବକ୍ସର ଚରିତ୍ରରେ ନଜର ଆସିବେ। ତାଙ୍କର ଅନସ୍କ୍ରିନ ପିତା ମଧ୍ୟ ଆରମ୍ଭରେ ବକ୍ସର ଥିଲେ। ଏହି ଚରିତ୍ର ସ୍କ୍ରିପ୍ଟର ଗୁରୁତ୍ତ୍ୱପୂର୍ଣ ଅଂଶ। ସେଥିପାଇଁ ନିର୍ମାତା ଏହି ଚରିତ୍ର ପାଇଁ ଅମିତାଭ ବଚ୍ଚନଙ୍କୁ ନେବା ପାଇଁ ଚାହୁଁଛନ୍ତି। 

ଫିଲ୍ମର ଅଧିକାଂଶ ସିନ ୟୁକେରେ ଶୁଟିଂ କରାଯିବ। ଏଥିପାଇଁ ଟାଇଗର ଓ କୃତି ଲଣ୍ଡନରେ ପହଞ୍ଚି ସାରିଛନ୍ତି। ଶୁଟିଂ ପ୍ରାୟ ଦୁଇ ମାସ ଚାଲିପାରେ। ଯଦି ସବୁ ଠିକ ହୁଏ ତାହେଲେ ଟାଇଗର ଓ ବିଗ ବି ପ୍ରଥମଥର ପାଇଁ ସ୍କ୍ରିନରେ ଏକାସାଙ୍ଗେ ନଜର ଆସିବେ। 

ଫିଲ୍ମ ‘ଗଣପତ’ର ନିର୍ଦ୍ଦେଶନା ବିକାଶ ବହଲ କରୁଥିବାବେଳେ ବାସୁ ଭଗନାନୀଙ୍କ ପୂଜା ଏଣ୍ଟରଟେନମେଣ୍ଟ ଏହାକୁ ପ୍ରଡ୍ୟୁସ କରୁଛି। ଏହା ଟାଇଗର ଓ କୃତିଙ୍କ ଦ୍ୱିତୀୟ ଫିଲ୍ମ ଯେଉଁଥିରେ ଦୁହେଁ ଏକାସାଙ୍ଗେ କାମ କରୁଛନ୍ତି।

   Related Posts