ରାଜଧାନୀ ଏୟାରପୋର୍ଟ ନିକଟରେ ବାଘ : ସ୍ଥାନୀୟ ଲୋକଙ୍କୁ ସଜାଗ ରହିବାକୁ ପରାମର୍ଶ

Published By : Prameya-News7 Bureau | February 19, 2019 IST

ଭୁବନେଶ୍ୱର ୧୯/୨ : ଭୁବନେଶ୍ୱର ଏୟାରପୋର୍ଟ ପାଖାପାଖି ଅଂଚଳରେ ବୁଲୁଚି କଲରା ପତ୍ରିଆ ବାଘ | ବାଘକୁ ଧରିବା ପାଇଁ ନନ୍ଦନକାନନର ୮ ଜଣିଆ ଟିମ ଆସୁଛନ୍ତି | ଟିମରେ ଅଛନ୍ତି ଦୁଇ ପ୍ରାଣୀ ଚିକିତ୍ସକ, ଦୁଇ ବନ କର୍ମଚାରୀ ଏବଂ ୪ଜଣ ଟ୍ରାଙ୍କୁଲାଇଜ ବିଶେଷଜ୍ଞ | ଗତକାଲି ସିସିଟିଭିରେ କଏଦ ହୋଇଥିଲା ବାଘର ଗତିବିଧି | ଏହାପରେ ସ୍ଥାନୀୟ ଅଂଚଳର ଲୋକ ଛାନିଆ ହୋଇଯାଇଛନ୍ତି | ଆଜି ଭୋର ୪ଟା ବେଳେ ବାଘ ବୁଲୁଥିବାର ଦେଖିଥିଲେ ସିଆଇଏସଏଫ ଯବାନ | ବାଘର ବୟସ ୨ ବର୍ଷ ହୋଇଥିବା ଅନୁମାନ କରାଯାଉଛି | ଟ୍ରାଙ୍କୁଲାଇଜ ଟିମ ସହ ଗତକାଲି ରାତି ସାରା ବନ ବିଭାଗ ଟିମ ପେଟ୍ରୋଲିଙ୍ଗ କରିଥିଲା | ଆଜି ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି | ଭୁବନେଶ୍ୱର ବିମାନବନ୍ଦର ପାଖରେ ବାଘ ବୁଲୁଥିବା ଜଣାପଡିବା ପରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ନନ୍ଦନକାନନ ଏବଂ ବନ ବିଭାଗ ଟିମ |
ସହର ପାଖ ଜଙ୍ଗଲରୁ ବାଘକୁ ସହର ମଧ୍ୟକୁ ଚାଲି ଆସିଥିବା ଅନୁମାନ କରାଯାଉଛି | ସ୍ଥାନୀୟ ଅଂଚଳ ଲୋକଙ୍କୁ ସଜାଗ ରହିବ ପାଇଁ ପରାମର୍ଶ ଦିଆଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.