Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||

ରାଜଧାନୀ ଭୁବନେଶ୍ବରରେ ବାଘ ଆତଙ୍କ : ଧରିବା ପାଇଁ ଗଠନ ହେଲା ୨୦ ଜଣିଆ ଟିମ

18/02/2019 at 8:31 PM

ଭୁବନେଶ୍ୱର ୧୮/୨ : ଭୁବନେଶ୍ବରର ବିମାନବନ୍ଦର ଅଂଚଳରେ ଏକ ବାଘ ବୁଲୁଥିବା ସିସିଟିଭି ଫୁଟେଜରୁ ଜଣାପଡିବା ପରେ ରାଜଧାନୀରେ ଆତଙ୍କ ଖେଳିଯାଇଛି । ବନବିଭାଗ ତତ୍ପର ହୋଇ ଉଠିଥିବାବେଳେ ବାଘର କୌଣସି ପତ୍ତା ମିଳୁନାହିଁ। ତେବେ ବାଘକୁ ଠାବ କିରବା ପାଇଁ ୨୦ ଜଣିଆ ଟିମ ଗଠନ ହୋଇଥିବା ସିଟି ଡିଏଫଓ କହିଛନ୍ତି । ବାଘକୁ ଟ୍ରାଙ୍କୁଲାଇଜ କରିବା ପାଇଁ ନନ୍ଦନକାନନରୁ ମଧ୍ୟ ଏକ ଦଳ ଆସିଥିବା ସୂଚନା ମିଳିଛି ।

ଗତକାଲି ରାତି ପ୍ରାୟ ୧୧. ୧୭ ମନିଟରେ କଲରାପତରିଆ ବାଘଟି ବିମାନବନ୍ଦରର ପାଚେରୀ ଡେଇଁ ଏକ ଆପର୍ଟମେଣ୍ଟ କଂପ୍ଲେକ୍ସ ଭିତରକୁ ପ୍ରବେଶ କରୁଥିବା ସିସିଟିଭିରେ କଏଦ ହୋଇଛି । ସେଠାରେ ଥିବା ଏକ ଘରୋଇ ସଂସ୍ଥାର ଜଣେ କର୍ମଚାରୀ ଫୋନ ଯୋଗେ କଥାବର୍ତ୍ତା କରି ସେଇ ରାସ୍ତାରେ ଆଗକୁ ବଢିଯିବାର ଗୋଟିଏ ମିନିଟ୍‌ ପରେ ବାଘଟି ସେଠାରେ ପହଂଚି ଟିକେ ସମୟ ବସି ରହିଥିଲା । ପୁଣି ଲମ୍ଫ ମାରି ତାଜା ଉପରକୁ ଉଠି ଚାଲିଯାଇଥିଲା ।

ବାଙ୍କନିଧି ସେନାପତି ନାମକ ଏହି ବ୍ୟକ୍ତି ଦୂରରେ ଠିଆ ହୋଇ ବାଘକୁ ଲକ୍ଷ୍ୟ କରୁଥିଲେ । ବାଘ ଚାଲିଯିବାପରେ ସେ ଦୌଡି ଦୌଡି ନିଜ କର୍ଯ୍ୟାଳୟକୁ ପହଂଚି ସେଠାରେ ଥିବା କର୍ମଚାରୀଙ୍କୁ ଜଣାଇଥିଲେ । ତେବେ ତାଙ୍କ କଥାକୁ କେହି ବିଶ୍ବାସ କରିନଥିଲେ । ରାତିରେ ହିଁ ସେ ଫୋନ କରି ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ତେବେ ଉପରିସ୍ଥ ଅଧିକାରୀ ସତର୍କ ରହିବାକୁ ପରାମର୍ଶ ଦେବା ସହ ଦିନ ବେଳା ଯାଇ ଦେଖିବେ ବୋଲି କହିଥିଲେ । ଆଜି କାର୍ଯ୍ୟାଳୟର ସିସିଟିଭି ଫୁଟେଜ ଯାଂଚ କଲାବେଳେ ବାଘକୁ ସମସ୍ତେ ଦେଖିଥିଲେ ଓ ବନ ବିଭାଗକୁ ଖବର ଦେଇଥିଲେ । 

ସିସିଟିଭି ଫୁଟେଜକୁ ଆଧାର କରି ବନ ବିଭାଗ ଅନୁସଂଧାନ ଜାରୀ ରଖିଛି । ନିକଟରେ ଚନ୍ଦକା ଜଂଗଲ ରହିଛି । କିନ୍ତୁ ଚନ୍ଦକା ଜଂଗଲରେ ବାଘ ନାହାଁନ୍ତି । ତେଣୁ ଏହି ବାଘଟି କେଉଁଠୁ ଆସିଲା ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି ।  ନନ୍ଦନକାନନର କୌଣସି ଖୁଆଡରୁ ବାଘ ଖସଯାଇଥାଇପାରେ ବୋଲି ଆଲୋଚନା ହେଉଛି । କିନ୍ତୁ ଏ ସମ୍ପର୍କରେ ନନଦନକାନନ ସୂତ୍ରରୁ କୌଣସି ସୂଚନା ମିଳି ନାହିଁ ।

   Related Posts