ନନ୍ଦନକାନନ ନିକଟରେ ବୁଲୁଛି ବାଘ : ଚିନ୍ତାରେ କର୍ତ୍ତୃପକ୍ଷ

Published By : Prameya-News7 Bureau | June 15, 2020 IST

ବାରଙ୍ଗ ୧୫/୬: ନନ୍ଦନକାନନରେ ଜଙ୍ଗଲି ବାଘ ବୁଲିବା ଦେଖି କର୍ମଚାରୀ  ଆତଙ୍କିତ। ରାତି ଡ୍ୟୁଟିରେ ଥିବା କିଛି କର୍ମଚାରୀ ଆଜି ଭୋରରୁ ନନ୍ଦନକାନନ ପଛପାଖ ଗେଟ୍  ନିକଟରେ ଏକ ବାଘ ବୁଲିବାର ଦେଖି ଆତଙ୍କିତ ହୋଇ ପଡିଥିଲେ। ସଙ୍ଗେସଙ୍ଗେ ବିଭାଗୀୟ ଅଧିକରୀଙ୍କୁ ଖବର ଦିଆଯାଇଥିଲା। ଖବର ପାଇ ବନ୍ୟଜନ୍ତୁ ରେଞ୍ଜର ଓ ଅନ୍ୟ ବନ କର୍ମଚାରୀ ବାଘକୁ ଠାବ କରିବାକୁ ଚେଷ୍ଟା କରି ବିଫଳ ହୋଇ ଥିଲେ।

ସକାଳୁ ବର୍ଷା ହେବା କାରଣରୁ ପାଦ ଚିହ୍ନ ଗୁଡିକ ଧୋଇ ଯାଇଥିବା ସନ୍ଦେହ କରାଯାଉଛି। ନନ୍ଦନକାନନ ପରିସର ଭିତରେ ବାଘ କିମ୍ବା ଅନ୍ୟ କେଉ ଜନ୍ତୁ ବିଚରଣ କରୁଛି ଏନେଇ ତଦନ୍ତ ଜାରି ରହିଛି। ନନ୍ଦନକାନନ ବାଘ ଗୁଡିକ ଖୋଲି ଯାଇଥିବାର ପ୍ରଶ୍ନରେ ଅଧିକାରୀ ମାନେ ଏହାକୁ ଅସ୍ବୀକାର କରିଛନ୍ତି। ପୁର୍ବରୁ୨୦୧୩ରେ ଏକ ଜଙ୍ଗଲି ମହାବଳ ବାଘ ନନ୍ଦନକାନନ ଭିତରକୁ ପଶି ଆସି ତିନି ମାସ ଧରି ଅତଙ୍କ ସୃଷ୍ଟି କରିଥିଲା। ବିଭିନ୍ନ ମହଲରେ ବାଦ ପ୍ରତିବାଦ ହେଲା ପରେ ଜଙ୍ଗଲୀ ବାଘକୁ ଧରି ନନ୍ଦନକାନନରେ ରଖାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.