କଳାହଣ୍ଡିରେ ଏସ୍.ଟି.ଏଫ ଟିମ୍କୁ ସଫଳତା :ହାତୀ ଦାନ୍ତ ସହ କଲରାପତରିଆ ବାଘ ଛାଲ ଜବତ
8/11/2019 at 12:06 PM

କଳାହାଣ୍ଡି ଜିଲ୍ଲା ରୁ ତିନି ଜଣ ବନ୍ୟଜନ୍ତୁଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଚାଲାଣକାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଚଂ ଟାକ୍ସ ଫୋର୍ସ । ସେମାନଙ୍କ ଠାରୁ ଗୋଟିଏ କଲରାପତରିଆ ବାଘଛାଲ ଓ ହାତୀ ଦାନ୍ତ ଜବତ କରିଛି ଟାସ୍କଫୋର୍ସ । ଯାହାର ଆନୁମାନିକ ମୁଲ୍ୟ 50 ଲକ୍ଷ ବୋଲି ଆକଳନ କରାଯାଉଛି ।

କଳାହାଣ୍ଡି ୮।୧୧ :ସୂଚନାଯୋଗ୍ଯ ଯେ , କଳାହାଣ୍ଡି ଜିଲ୍ଲାରେ ଏସ୍.ଟି.ଏଫ ଟିମ୍ ତିନିଜଣ ବନ୍ୟଜନ୍ତୁଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଚାଲାଣକାରୀଙ୍କୁ ଗିରଫ କରିଛି । ଏସ୍.ଟି.ଏଫ ଟିମ୍ ବିଶେଷ ସୁତ୍ର ରୁ ଖବର ପାଇଥିଲା ଯେ କଳାହାଣ୍ଡି ଜିଲ୍ଲାରୁ ବାଘ ଛାଲ ବିକ୍ରୀ ହେବାର ଯୋଜନା କରାଯାଉଛି । ଏସ୍.ଟି.ଏଫ ଟିମ୍ ଭବାନୀପାଟଣା ଆସି ଡିଲ ଉପରେ ନଜର ରଖିଥିଲା । ତିନି ଜଣ ବ୍ୟକ୍ତି ବାଘ ଛାଲ ଧରି ଆସୁଥିବା ସମୟରେ ସେମାନଙ୍କୁ କାବୁ କରିଥିଲା ଏସଟିଏପ୍ ଟିମ୍। ଗିରଫ ତିନି ଜଣ ହେଉଛନ୍ତି ନର୍ଲା ଥାନା ପାଜିବାହାଲି ଗାଁ ର ବିଗା ଶବର , ଶୁକ୍ର ମାଝୀ ଓ ଛତିଶଗଡର ରବିନ୍ଦ୍ର ସିଂ ।

ଏମାନଙ୍କ ଠାରୁ ବାଘ ଛାଲ ସହ ଏକ ହାତୀ ଦାନ୍ତ ମଧ୍ୟ ଜବତ ହୋଇଛି । ଜବତ ହୋଇଥିବା ବାଘ ଛାଲ ଓ ହାତୀ ଦାନ୍ତର ମୁଲ୍ୟ ଆନୁମାନିକ ୫୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଗିରଫ ହୋଥିବା ବକ୍ତିଙ୍କ କିପରି ଜନ୍ତୁ ଶୀକାର କରୁଛନ୍ତି , କେମିତି ଏହାର ବେପାର କରୁଛନ୍ତି ତାହାର ତଦନ୍ତ ଜାରୀ ରହିଛି । ଜବତ ହୋଇଥିବା ଛାଲ ଓ ଦାନ୍ତ ଡେରାଡୁନ ପଠାଯିବ, ସେଠାରେ ବିଶେଷଞମାନେ ଜନ୍ତୁର ବୟସ କେତେ ଥିଲା ତାହା ଯାଞ୍ଚ କରିବେ । ଏହି ଚାଲଣ ପଛରେ ଆନ୍ତ ରାଜ୍ୟ ଶୀକାରୀ ଙ୍କ ହାତ ରହିଥିବା ରହିଥିବା ସନ୍ଦେହ କରାଯାଉଛି । ଏସଟିଏଫ ର ସଫଳତା ସହ ସ୍ଥାନୀୟ ବନବିଭାଗ ର ଅପରାଗତାକୁ ଉଜାଗର କରିଛି । ଆଜି ତିନି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲଣ କରାଯିବ। ଘଟଣାର ଅଧିକ ତଦନ୍ତ ପାଇଁ ସମସ୍ତ ଅଭିଯୁକ୍ତ ରିମାଣ୍ଡ ପାଇଁ ଆବେଦନ କରିପାରେ ଏସଟିଏଫ ।