ନୂଆପଡ଼ା ଜିଲ୍ଲା ଧରସାପଡା ଗାଁ ନିକଟରେ ବୁଲୁଛି ରକ୍ତମୁଖା ବାଘ, ଅଳ୍ପକେ ବର୍ତ୍ତିଲେ ଅଜା-ନାତି, ମାରିସାରିଲାଣି ବହୁ ଗୃହପାଳିତ ପଶୁ: ଏପଟେ ସାତକୋଶିଆରେ ସୁନ୍ଦରୀ ଚିନ୍ତା

Published By : Prameya-News7 Bureau | January 28, 2019 IST

ଭୁବନେଶ୍ବର୨୮|୧: ବାଘଙ୍କୁ ନେଇ ପୁଣି ବଢିଲାଣି ଚିନ୍ତା । ନୂଆପଡ଼ା ଜିଲ୍ଲା ହଳଦୀ ଗାଁ ପରେ ଧରସାପଡା ଗାଁରେ ବାଘ ଆତଙ୍କ । ଗାଁ ନିକଟରେ ବୁଲୁଛି ରକ୍ତମୁଖା ବାଘ ।  ଆଉ ସେପଟେ ସୁନ୍ଦରୀ ପାଇଁ ବନ ବିଭାଗର ବଢିଲାଣି ଚିନ୍ତା । ସୁନ୍ଦରୀ ଅଢେଇ ମାସରୁ ଅଧିକ ସମୟ ବନ୍ଦୀ ଭାବେ ରହିଲାଣି । ତେଣୁ ତାକୁ ପୁଣି ସାତକୋଶିଆର ଘଞ୍ଚ ଜଙ୍ଗଲରେ ଛାଡିବାକୁ ତତ୍ପର ହୋଇଛି ବନ ବିଭାଗ । ସେଥିପାଇଁ ଶିମିଳିପାଳରୁ ୨ ପ୍ରଶିକ୍ଷିତ ହାତୀଙ୍କୁ ସାତକୋଶିଆକୁ ସ୍ଥାନାନ୍ତର କରାଯାଇଛି।.. 

{"id":79184}

ପୁଣି ବାଘ ଚିନ୍ତା । ୨ ବର୍ଷ ତଳେ ନୂଆପଡ଼ା ହଳଦୀ ଗାଁରେ ବାଘ ଆତଙ୍କ ଖେଳାଇଥିବା ବେଳେ ଏବେ ଧରସାପଡା ଗାଁରେ ଲୋକଙ୍କ ନିଦ ହଜାଇ ଦେଇଛି । ଗାଁ ନିକଟରେ ଚକ୍କର କାଟୁଛି । ସୁବିଧା ସୁଯୋଗ ଦେଖି ଗୃହପାଳିତ ପଶୁଙ୍କ ଉପରେ ଆକ୍ରମଣ କରି ମାରୁଛି । ୨୦ରୁ ଅଧିକ ଗାଇ, ବାଛୁରୀ, ଛେଳି ବାଘର ଶିକାର ହୋଇସାରିଲେଣି । ୨ ଦିନ ତଳେ ବାଘ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅଜା ନାତି । ରାତିରେ ଛେଳି ଶିକାର କରିବାକୁ ଆସିଥିବା ବେଳେ ଅଜା ନାତି ଚିତ୍କାର କରିବାରୁ ବାଘ ଜଙ୍ଗଲକୁ ପଳାଇଥିଲା । ବାଘର ପାଦ ଚିହ୍ନ ଦେଖିବାକୁ ପାଇଥିଲେ ଲୋକେ । ଗାଁ ଲୋକେ ଏବେ ଆତଙ୍କିତ ଅବସ୍ଥାରେ   

{"id":79185}

ଆଉ ସେପଟେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ନେଇ ସରକାର ଚିନ୍ତାରେ । ବାଘ ବଂଶ ବୃଦ୍ଧି ପାଇଁ କାହ୍ନା ଓ ସୁନ୍ଦରୀକୁ ଆଣିଥିଲେ । ହେଲେ କାହ୍ନା ଶିକାରୀ ଫାଶରେ ପଡି ମଲା । ଆଉ ସୁନ୍ଦରୀ ୨ ଜଣ ମଣିଷଙ୍କୁ ମାରି ଏମିତି କାଣ୍ଡ କଲା ଯେ ସାତକୋଶିଆରେ ନିଆଁ ଜଳିଲା । ଶେଷରେ ସୁନ୍ଦରୀକୁ  ଅଢେଇ ମାସରୁ ଅଧିକ ସମୟ ହେଲା ଏନକ୍ଲୋଜରରେ ବନ୍ଦୀ କରି ରଖାଯାଇଛି । ପରିବେଶବିତ୍‌ ଓ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଙ୍କ ଚାପରେ ଏବେ ସୁନ୍ଦରୀଙ୍କୁ ପୁଣି ସାତକୋଶିଆ କୋର ଏରିଆରେ ଛାଡିବାକୁ ସ୍ଥିର ହୋଇଛି । ତେଣୁ ସୁନ୍ଦରୀକୁ ଜଗିବାକୁ ଶିମିଳିପାଳରୁ ଦୁଇଟି ପ୍ରଶିକ୍ଷିତ ହାତୀ ରାଜକୁମାର ଓ ମହେନ୍ଦ୍ରକୁ ସାତକୋଶିଆକୁ ଅଣାଯାଇଛି । ହାତୀ ଦୁଇଟି ଟିକରପଡା ରେଞ୍ଜ ଅଫିସରେ ଆସି ପହଞ୍ଚି ସାରିଛନ୍ତି । ସେମାନଙ୍କୁ ଜଗିବା ପାଇଁ ୬ ମାହୁନ୍ତ ମଧ୍ୟ ଆସିଛନ୍ତି । ହେଲେ ସୁନ୍ଦରୀକୁ କେବେ ଛଡା ଯିବ ସେନେଇ ମୁହଁ ଖୋଲୁନି ବନ ବିଭାଗ । ତେବେ ପୁଣିଥରେ ବାଘୁଣୀକୁ ଛଡ଼ାଗଲେ ଲୋକମାନେ ବିରୋଧ କରିବେ ବୋଲି କହିଛନ୍ତି।

{"id":79187}

ପ୍ରୋଟେକସନ୍ , ପ୍ରୋଟକଲ ଓ ଟୁରିଜିମ୍ ସହ ଅଭ୍ୟସ୍ତ ଥିବା ଏହି ୨ହାତୀକୁ  ସାତକୋଶିଆରେ କେତେଦିନ ରଖାଯିବ ତାନେଇ ଅଧିକାରୀ ମାନେ କିଛି ସ୍ପଷ୍ଟ କରିନାହାନ୍ତି । ଗୋଟିଏ ପଟେ ସରକାର ବାଘ ବଂଶ ବୃଦ୍ଧି ପାଇଁ ଯୋଜନା କରୁଥିବା ବେଳେ ସେଥିରେ ସଫଳତା ମିଳୁନି । ଆଉ ଅନ୍ୟପଟେ ରାଜ୍ୟରେ ବାଘଙ୍କ ଆତଙ୍କ ଲୋକଙ୍କ ମନରୁ ଲିଭୁନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.