Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ବାଘ ବୁଲୁଥିବା ଗୁଜବକୁ ବନବିଭାଗର ଖଣ୍ଡନ, ଜନ୍ତୁଟି ବାଘ ନୁହେଁ ବରଂ ହେଟା…

25/11/2020 at 1:35 PM

ଆନନ୍ଦପୁର ୨୫।୧୧: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ବାଘ ବୁଲୁଥିବା ଅଭିଯୋଗ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ବନବିଭାଗ । ବୁଲୁଥିବା ଜନ୍ତୁଟି ବାଘ ନୁହେଁ ବରଂ ହେଟା ବୋଲି ସ୍ପଷ୍ଟ କରିଛି ବନବିଭାଗ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଦେଓଗାଁ ରେଞ୍ଜରେ ବାଘ ବୁଲୁଥିବା ନେଇ ଗୁଜବ ହୋଇଥିଲା ।

ଖବର ଅନୁଯାୟୀ,  ଆନନ୍ଦପୁର ଉପଖଣ୍ଡ ଦେଓଗାଁ ରେଞ୍ଜ ଅନ୍ତର୍ଗତ ରେକୁଟିଆ ଗାଁ ନିକଟରେ ଜଣେ ବ୍ୟକ୍ତି ବାଘ ଦେଖିଥିବା ଦାବି କରିଥିଲା । ସେ ରାସ୍ତାରେ ବାଇକ ଯୋଗେ ଆସୁଥିବା ସମୟରେ ବାଘ ସହିତ ମୁହାଁମୁହିଁ ହୋଇଥିଲା , ଯାହାପରେ ସେଠାରୁ ସେ ଭୟଭୀତ ହୋଇ ଆସିଯାଇଥିଲା । ସ୍ଥାନୀୟଲୋକ ଏହି ଖବର ଶୁଣିବା ପରେ ପୁରା ଅଞ୍ଚଳର ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା । ଖାସ୍‌ କରି ସୋସିଆଲ୍‌ ମିଡିଆରେ ବାଘର ଫଟୋ ଭାଇରାଲ ହୋଇଥିଲା । ଘଟଣାସମ୍ପର୍କରେ ଖବର ପାଇ ବନବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା ।

ବାଘକୁ ଦେଖିଥିବା ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ଉକ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ ବନବିଭାଗର ଏକ ଟିମ୍ । ଘଟଣାସ୍ଥଳର ପରିଦର୍ଶନ ପରେ ଦେଖାଯାଇଥିବା ଜନ୍ତୁଟି ବାଘ ନୁହେଁ ବରଂ ହେଟା ବୋଲି ବନବିଭାଗ ସ୍ପଷ୍ଟ କରିଥିଲା । ଜନ୍ତୁ ଟିର ପାଦ ଚିହ୍ନରୁ ତାହା ହେଟା ବାଘ ଓ ସୋସିଆଲ ମିଡିଆରେ ବୁଲୁଥିବା ବାଘର ଫୋଟୋ ଇଣ୍ଟରନେଟରୁ ଡାଉନଲୋଡ଼ ହୋଇଥିବା ଦେଓଗାଁ ରେଞ୍ଜ ଅଫିସର କହିଛନ୍ତି । ଏଥି ସହ ବାଘ ଗୁଜବକୁ ନେଇ ଭୟଭୀତ ନହେବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ବନବିଭାଗ ଅନୁରୋଧ କରିଛି।

   Related Posts