ବ୍ରହ୍ମପୁର: ବାରହା ଶିକାର ଲାଗି ବିଛା ଯାଇଥିଲା ଜାଲ, ଫସିଗଲା ବାଘ

Published By : Prameya-News7 Bureau | January 28, 2021 IST

 ବ୍ରହ୍ମପୁର୨୮/୧:  ବାରହା ଶିକାର ପାଇଁ ବିଛା ହୋଇଥିବା ଜାଲରେ ପଡିଲା ବାଘ। ଚାଷ କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି ବାରହା। ସେଥିପାଇଁ ଜାଲ ବିଛା ହୋଇଥିଲା। କିନ୍ତୁ ବାରହା ବଦଳରେ ଜାଲରେ ବାଘ ଫସି ଯାଇଥିଲା। ବୁଗୁଡା-ମାଣିତରା ରାସ୍ତାର ବଡପଥର ଗାଁରେ ଏଭଳି ଘଟଣା ଘଟିଛି। ଦକ୍ଷିଣାଞ୍ଚଳ ବନଖଣ୍ଡର କୁର୍ଚୁଲି ଜଙ୍ଗଲରୁ ବାଘ ଚାଲି ଆସିଥିବା ଅନୁମାନ କରାଯାଉଛି। ବାଘ ଦେଖିବା ପାଇଁ ଘଟଣାସ୍ଥଳରେ ଗ୍ରାମବାସୀଙ୍କ ପ୍ରବଳ ଭିଡ ଲାଗିଥିଲା। ଜାଲରୁ ବାଘକୁ ମୁକୁଳାଇବା ଲାଗି ବନ କର୍ମଚାରୀ ପ୍ରାଣପଣେ ଉଦ୍ୟମ କରିଥିଲେ। ପରବର୍ତ୍ତୀ ସମୟରେ ଜାଲରୁ ବାଘଟିକୁ ଉଦ୍ଧାର କରିଥିଲେ। ଏପଟେ ଗିରଫ ଭୟରେ ଜାଲ ବିଛାଇଥିବା ବ୍ୟକ୍ତି କୁଆଡ଼େ ଫେରାର ହୋଇଯାଇଥିବା ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.