ପାଓ୍ବାରଫୁଲ୍ ଟାଇଗର : ଟୁରିଷ୍ଟ୍ ଗାଡିକୁ ଦାନ୍ତରେ ଭିଡିନେଉଛି ମହାବଳ ବାଘ, ଭାଇରାଲ ହେଉଛି ଭିଡିଓ …

Published By : Prameya-News7 Bureau | January 16, 2021 IST

ନୂଆଦିଲ୍ଲୀ ୧୬/୦୧ : ସୋସିଆଲ ମିଡିଆରେ ବିଭିନ୍ନ ସମୟରେ କିଛି ନା କିଛି ଭାଇରାଲ ହୋଇଥାଏ । ସେଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବେଙ୍ଗାଲୁରୁର ବାନେରଘଟ୍ଟା ନେସନାଲ ପାର୍କରେ ଏକ ମହାବଳ ବାଘର ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଏକ ଟାଇଗର ସଫାରୀ ଗାଡିକୁ ନିଜର ମଜବୁତ ଦାନ୍ତରେ ପଛକୁ ଭିଡିନେଉଛି ଚିଡିଆଖାନାର ମହାବଳ ବାଘ ।

ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକ ବାଘର ତାକତକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏକ ମିନିଟ୍ ୩୦ ସେକେଣ୍ଡର ଏହି ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାନେରଘଟ୍ଟା ନେସନାଲ ପାର୍କ ମଧ୍ୟରେ ଟୁରିଷ୍ଟ ସଫାରୀ ଗାଡିରେ କିଛି ଟୁରିଷ୍ଟ ଜଙ୍ଗଲ ପରିଦର୍ଶନ ପାଇଁ ଯାଇଥିଲେ । କିଛି ବାଟ ଯିବା ପରେ ଏକ ମହାବଳ ବାଘ ସେମାନଙ୍କ ରାସ୍ତା ଓଗାଳିଥିଲା । ଏହା ପରେ ବାଘଟି ଗାଡିର ପଛଭାଗକୁ କାମୁଡି ପଛକୁ ଟାଣୁଥିବା ଦେଖିବାକୁ ମିଳିଛି ।

wp:embed {"url":"https://twitter.com/MonaPatelT/status/1350060466144329728","type":"rich","providerNameSlug":"twitter","responsive":true,"className":""}
https://twitter.com/MonaPatelT/status/1350060466144329728
/wp:embed

ଗାଡି ମଧ୍ୟରେ ଥିବା ଯାତ୍ରୀ ଏହାର ଭିଡିଓକୁ ରେକର୍ଡ କରିଥିଲେ । ଏଭଳି କିଛି ସମୟ ପରେ ବାଘଟି ଟୁରିଷ୍ଟ ସଫାରୀ ଗାଡିକୁ ମଜବୁତ ଦାନ୍ତ ସାହାଯ୍ୟରେ ପଛକୁ ଟାଣିନେଉଥିବା ଦେଖିବାକୁ ମିଳିଥିଲା । ଉକ୍ତ ଗାଡିରେ କିଛି ଯାତ୍ରୀ ମଧ୍ୟ ଥିଲେ । ବାଘର ଏପରି କାର୍ଯ୍ୟକଳାପ ଦେଖି ସେମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ । ତେବେ ଏହା ସ୍ପଷ୍ଟ ଜଣାପଡୁନି କି ଏହି ଭିଡିଓ କେବେ ସୁଟ୍ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.