ମଣିଷ ରକ୍ତ ଚାଖିଛି, ତାକୁ ଆଉ କିଛି ଭଲ ଲାଗୁନି : ୩ଜଣଙ୍କ ହତ୍ୟାକାରୀ ମହାବଳ ଆଜୀବନ କାରାଦଣ୍ଡ ଭୋଗିବ
7/06/2020 at 3:37 PM

ଭୋପାଳ, ୦୭|୦୬: ମହାରାଷ୍ଟ୍ରରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ମହାବଳ ବାଘକୁ ଆଉ ଜଙ୍ଗଲ ମଧ୍ୟକୁ ଛଡାଯିବ ନାହିଁ । ଏହି ନରହନ୍ତା ୨୦୧୮ରେ ଖବରର ଶିରୋନାମା ପାଲଟିଥିଲା । ଏହି ମହାବାଳ ଯନ୍ତା ମଧ୍ୟରେ ହିଁ ବାକି ଜୀବନ କାଟିବ ବୋଲି ଜଣାପଡିଛି ।
ମହାବଳକୁ କାହ୍ନା ଜାତୀୟ ଉଦ୍ୟାନରେ ଟ୍ରାଙ୍କୁଲାଇଜ୍ କରାଯାଇଥିଲା । ଏହାପରେ ବାଘଟିକୁ ଶନିବାର ଭୋପାଳର ବନ ବିହାରକୁ ସ୍ଥାନାନ୍ତର କରାଯାଇଥିଲା । ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବାନୁସାରେ, ବାଘଟିକୁ ଜଙ୍ଗଲରେ ଛାଡିବା ସହ ତାହାର ଆଚରଣ ଉପରେ ନଜର ରଖାଯାଇଥିଲା । କିନ୍ତୁ ଏହା ଜନବସତି ଆଡେ ଅଧିକ ମୁହାଁଇଥିଲା । ଫଳରେ ୨୦୧୯ ଏନଟିସିଏ ଗାଇଡଲାଇନ୍ ଆଧାରରେ ବାଘଟିକୁ ମଣିଷଙ୍କ ପାଇଁ ବିପଦଜ୍ଜନକ ବୋଲି କୁହାଯାଇଥିଲା ।
୧୮୦ କେଜି ଓଜନର ଏହି ୫ ବର୍ଷର ମହାବଳ ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ମଧ୍ୟପ୍ରଦେଶର ପଳାସପାନୀକୁ ଚାଲିଆସିଥିଲା । ରାସ୍ତାରେ ସେ ତିନି ଜଣ ମଣିଶଙ୍କୁ ନିଜର ଶିକାର କରିଥିଲା । ଏହାପରେ ତାକୁ ୨୦୧୮ ଡିସେମ୍ବର ୧୦ରେ ଧରାଯାଇ କାହ୍ନା ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା । ଏଠାରେ ତାକୁ ୪୫ ଦିନ ଧରି ଏନକ୍ଲୋଜରେ ମଧ୍ୟରେ ରଖାଯାଇଥିଲା । ଏବେ ବାଘଟିକୁ ବନ ବିହାରରେ ରଖାଯାଇଛି । ଏଠାରେ ୧୪ଟି ମହାବଳ ରହିଛନ୍ତି । କେବଳ ୪ଜଣଙ୍କୁ ପର୍ଯ୍ୟଟକଙ୍କ ପାଇଁ ରଖାଯାଇଛି । ଅନ୍ୟବାଘଗୁଡିକ ବିପଦଜ୍ଜନକ ହେବା ସହ ସେମାନଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇ ଏଠାରେ ରଖାଯାଇଛି ।
ସୂଚନାଯୋଗ୍ୟ ବାଘଟି ୨୦୧୮ ଅକ୍ଟୋବର ୧୯ରେ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଥିବା ବେଳେ ଅକ୍ଚୋବର ୨୨ରେ ଦ୍ୱିତୀୟ ବ୍ୟକ୍ତିଙ୍କ ଜୀବନ ନେବା ସହ ଅନେକ ଗାଇଗୋରୁଙ୍କୁ ମାରି ପକାଇଥିଲା ।