ବାଘର ରହସ୍ୟଜନକ ମୃତ୍ୟୁ: ୪ ଲୋକଙ୍କୁ କରିଥିଲା ଘାଇଲା

Published By : Prameya-News7 Bureau | August 05, 2020 IST

ସୁନ୍ଦରଗଡ଼୫/୮: ସୁନ୍ଦରଗଡ଼ରେ ବଡ଼ ରମ୍ପିଆ ଗାଁରେ ୪ ଜଣଙ୍କ ଲୋକଙ୍କୁ ଘାଇଲା କରିଥିବା ଏକ ବାଘର ରହସ୍ୟଜନକ ଭାବେ ମୃତ୍ୟୁ ହୋଇଛି। ବାଘର ମୃତଦେହ ନିକଟସ୍ଥ ଟ୍ରେନ ଲାଇନ ନିକଟରୁ ଉଦ୍ଧାର କରାଯାଇଛି। ପୂର୍ବରୁ ହାତୀ ହତ୍ୟା ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏବେ ବାଘ ମୃତ୍ୟୁ ବିଭିନ୍ନ ମହଲରେ ପ୍ରଶ୍ନ ଉଠାଇଛି। 

ବାଘର ମୃତ୍ୟୁ ହେଲା କେମିତି। ସୁନ୍ଦରଗଡ଼ ଜିଲ୍ଲାରେ ରେଳ ଧାରଣା କଡ଼ରୁ ମିଳିଛି ବାଘର ମୃତଦେହ । ଇଏ ସେହି ବାଘ ଯାହାକି ବଡ଼ ରମ୍ପିଆ ଗାଁରେ ୪ ଜଣଙ୍କୁ ରାମ୍ପୁଡ଼ି ଦେଇଥିଲେ। ୪ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏପଟେ ବାଘର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି। ବାଘ ମୃତ୍ୟୁ ଦୁର୍ଘଟଣା ନା ତାକୁ ହତ୍ୟା କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ସୁନ୍ଦରଗଡ଼ ଡିଏଫଓ କନିକା ରେଳବିଭାଗର ଆରପିଏଫ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ହେମଗିର ଫରେଷ୍ଟ ରେଞ୍ଜ ଦାଘୋର ବଡରମ୍ପିଆ ଗାଁ ଭିତରକୁ ଗତକାଲି ରାତି ପ୍ରାୟ ୯ଟାରେ ପଶି ଆସିଥିଲା କଲରା ପତରିଆ ବାଘ । ବାଘ ଆକ୍ରମଣରେ ୨ ମହିଳାଙ୍କ ସହ ୪ଜଣ ଗୁରୁତର ଆହତ ହୋଇଥିଲେ। ହୋଇ  ଆହତ ମାନେ ହେଲେ କେଶବ ମାକର ତାଙ୍କ ପତ୍ନୀ ପଦ୍ମାବତୀ ମାକର, ପରିମେଶ୍ବର ଭୋଇ ଏବଂ ନିରଂଜନ ଭୋଇ।

ଲଗାତାର ଭାବରେ ସୁନ୍ଦରଗଡ଼ ଜଙ୍ଗଲରୁ ହାତୀ ସହ ବାଘଙ୍କ ମୃତ୍ୟୁ ଚର୍ଚ୍ଚାର ବିଷୟ ହେଲାଣି। ହେଲେ ଚୁପ ହୋଇ ରହିଛି ବନ ବିଭାଗ । ରାଜ୍ୟରେ ୨୮ଟି ବାଘ ଥିବା ବେଳେ ୪ ବର୍ଷ ଭିତରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇନାହିଁ। ଏଭଳି ସ୍ଥିତିରେ କେଉଁଠି ବାଘ ଚମଡ଼ା ଜବତ ହେଉଛି କେଉଁଠି ବାଘର ରହସ୍ୟ ଜନକ ମୃତ୍ୟୁ ଘଟୁଛି। ରାଜ୍ୟରେ ବାଘ ବଂଶ ପାଇଁ ବିପଦ ଲାଗିଛି ତାହା ଏଥିରୁ ସ୍ପଷ୍ଟ ହେଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.