ଗଛରେ ଝୁଲୁଛି ବାଘର ମୃତଦେହ : କିପରି ଗଛ ଉପରେ ହେଲା ମୃତ୍ୟୁ ? ବଢୁଛି ସନ୍ଦେହ

Published By : Prameya-News7 Bureau | May 24, 2021 IST

ନୀଳଗିରି ୨୪।୫: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ତେଲିପାଳ ପଞ୍ଚାୟତ ତୁଟାସାହି ଗାଁରେ ଗଛ ଉପରେ ବାଘର ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ତୁଟାସାହି ଗ୍ରାମ ନିକଟରେ ଗଛ ଉପରେ ଏକ ବାଘ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ । ଲୋକେ ପ୍ରଥମେ ଭୟରେ ଦୌଡିଥିବା ବେଳେ ବାଘଟି କୌଣସି ଗର୍ଜନ ଛାଡିବା କିମ୍ବା ଅନ୍ୟସ୍ଥାନକୁ ଯାଇନଥିଲା । ପରେ ଦେଖିବା ବେଳକୁ ବାଘଟି ମୃତ ବୋଲି ଜଣାପଡିଥିଲା । ବାଘର ମୁହଁରେ କ୍ଷତ ହୋଇଥିବା ବେଳେ ତାକୁ ମାରି ଗଛରେ ଟାଙ୍ଗି ଦେଇଥିବା ଅନୁମାନ କରାଯାଉଛି ।

ତେବେ ବାଘଟି ଏତେ ଉଚ୍ଚକୁ କେମିତି ଗଲା, କିପରି ସେଟାରେ ମୃତ୍ୟୁ ହେଲା ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ଗଛ ଫାଙ୍କରେ ଚାପି ହୋଇ ବାଘଟିର ମୃତ୍ୟୁ ହୋଇଥିବାରୁ କେହି ମାରି ଦେଇଥିବା ଲୋକେ କହୁଛନ୍ତି । ପାଖରେ କୁଳଡିହା ଅଭୟାରଣ୍ୟ ରହିଛି । ସେହିଠାରୁ ବାଘଟି ଖାଦ୍ୟ ଅନ୍ବେଷଣରେ ଆସିଥିବା ବେଳେ ଗଛ ଉପରକୁ ଯାଇ ଓହ୍ଲାଇବା ବେଳେ ଗଛ ଫାଙ୍କରେ ଚାପି ହେବା ଫଳରେ ଶ୍ବାସରୁଦ୍ଧ ହୋଇ ମରିଥିବା ଅନୁମାନ କରାଯାଉଛି । ତେବେ ଏହା କଲରାପତରିଆ ନାଁ ହେଟା ବାଘ ତାହା ସ୍ପଷ୍ଟ ଜଣାପଡିନାହିଁ । ବନ ବିଭାଗ ବାଘର ଶବଟିକୁ ଗଛରୁ ଓହ୍ଲାଇବା ପରେ ତାହା କେଉଁ ବାଘ ତାହା ଜଣାପଡିବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.