କଲରାପତରିଆ ବାଘର ମୃତଦେହ ଉଦ୍ଧାର

Published By : Prameya-News7 Bureau | June 24, 2020 IST

କୁଚିଣ୍ଡା ୨୪।୬: ସମ୍ବଲପୁର ଜିଲ୍ଲା ବାମରା ଡିଭିଜନ ବଡରମା ଅଭୟାରଣ୍ୟ ଅଂଚଳରେ ମଙ୍ଗଳବାର ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି । ବାଘଟି ଗତ ୪/୫ ଦିନ ହେବ କୁତବ ଗ୍ରାମ ନିକଟ ଅଭୟାରଣ୍ୟର ୭ ନମ୍ବର ୱାଚ ଟାୱାର ନିକଟ ସାନଜରଳି ଜଙ୍ଗଲର ଏକ ପଥର ଗୁମ୍ଫାରେ ମରି ପଡିଥିବାର ଗ୍ରାମବାସୀ ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ ।

{"id":290683,"sizeSlug":"large"}

ଗ୍ରାମବାସୀଙ୍କଠାରୁ ବନ ବିଭାଗ କର୍ମଚାରୀମାନେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ବାଘର ମୃତଦେହକୁ ଉଦ୍ଧାର କରିଥିଲେ । ଜମନକିରା ବ୍ଲକ ପଶୁ ଚିକିତ୍ସକ ଡ. ଏସ.ପି. ସିଂ ବରିହା ବାଘର ଶବ ବ୍ୟବଚ୍ଛେଦ କଲା ପରେ ବନ ବିଭାଗ କର୍ମଚାରୀମାନେ ସେହି ନିକଟରେ  ପୋଡିଦେଇଥିଲେ । ଏହି ସ୍ଥାନଟି ସମ୍ବଲପୁର ଦେବଗଡ ୫୩ ନମ୍ବର ଜାତୀୟ ରାଜପଥରୁ ମାତ୍ର ୧୦ କିଲୋମିଟର ଦୂର । ବାଘଟିର ବୟସାଧିକ କାରଣ ଯୋଗୁଁ ଅସୁସ୍ଥ ହୋଇ ମୃତ୍ୟୁ ହୋଇଥିବା ବନ  ବିଭାଗ କହୁଛି । ବାଘର ମୃତଦେହ ମିଳିବା ପରେ ଅଞ୍ଚଳବାସୀ ଏକପ୍ରକାର ଆତଙ୍କିତ ହୋଇପଡିଛନ୍ତି ।

{"id":290684,"sizeSlug":"large"}

ଘଟଣାସ୍ଥଳରେ ସମ୍ବଲପୁର ଆରସିସିଏଫ ଚିତ୍ତ ରଞ୍ଜନ ମିଶ୍ର, ବାମରା ଡ଼ିଏଫଓ ନୃସିଂହ ଚରଣ ମିଶ୍ର, ଏସିଏଫ ଯଦୁମଣି କେର୍କେଟା, ରାଜେନ୍ଦ୍ର କୁମାର ନାୟକ, ପ୍ରମୁଖ ପହଞ୍ଚିଥିଲେ । ତେବେ ଏହା ମାଫିଆଙ୍କ କାମ  ହୋଇଥାଇ ପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.