ବାଘ ଆତଙ୍କରେ ଭୟଭୀତ ଲୋକେ : ୪ଟି ଛେଳି ଛୁଆକୁ ବାଘ ଖାଇଥିବା ଅଭିଯୋଗ

Published By : Prameya-News7 Bureau | November 05, 2019 IST

ବ୍ରହ୍ମପୁର ୫।୧୧: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁଷର ବନାଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି । ଜଗନ୍ନାଥପ୍ରସାଦ ଆଖପାଖ ଅଞ୍ଚଳ ତେନ୍ତୁଳିଅ।, ବିଡିପୁର, ଗୁଣ୍ଡୁରିବାଡି ଗାଁରେ ଗଲା କିଛି ଦିନ ହେବ ବାଘ ଅ।ତଙ୍କରେ ଲୋକେ ଭୟଭୀତ ହୋଇଛନ୍ତି ।

{"id":179312}

ତେନ୍ତୁଳିଆ ଗାଁ ଦାଣ୍ଡରେ ରଖାଯାଇଥିବା ଛେଳି ପଲରୁ ୪ଟି ଛେଳି ଛୁଆକୁ ବାଘ ଖାଇଦେଇଥିବା ଅଭିଯୋଗ ହୋଇଛି । ଏହାସହ ଗାଁ ପାଖରେ ବାଘର ପାଦ ଚିହ୍ନକୁ ମଧ୍ୟ ଦେଖିଛନ୍ତି ବୋଲି  କୁହାଯାଉଛି। ସଂଧ୍ୟା ହେଲେ ଗାଁ ଲୋକେ ଘରେ ତାଟି କବାଟ ପକାଇ ରହୁଛନ୍ତି । ବାଘକୁ ଘଉଡାଇବା ପାଇଁ ଗୁଣ୍ଡୁରିବାଡି ଗାଁ ଲୋକେ ଠେଙ୍ଗାବାଡି ଧରି ସାହି ପଇଁତରା ମାରୁଛନ୍ତି ।

{"id":179313}

ଅନ୍ୟପଟେ ତେନ୍ତୁଳିଅ। ଗାଁରେ ଛେଳି ଛୁଅ।କୁ ବାଘ ଖାଇଥିବା ଘଟଣାକୁ ଅସ୍ଵୀକାର କରିଛନ୍ତି ଜଗନ୍ନାଥପ୍ରସାଦ ବନ ବିଭାଗର ଅଧିକାରୀ । ତେବେ ସ୍ଥାନୀୟ ଅଂଚଳରେ ବାଘ ବୁଲୁଥିବା ସେ କହିଥିବା ବେଳେ ଲୋକେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.