Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମହାବଳ ମହାବୀରର ମୃତ୍ୟୁର ହୋଇଛି ମହାଖୁଲାସା

9/12/2018 at 12:35 PM

ଅନୁଗୁଳ ୯/୧୨: ମହାବଳ ମହାବୀରର ମୃତ୍ୟୁର  ହୋଇଛି ମହାଖୁଲାସା।  କେନ୍ଦ୍ରୀୟ ଟିମର ରିପୋର୍ଟ ପରେ ମହାବୀର ମୃତ୍ୟୁ ଘଟଣାରେନୂଆ ମୋଡ। ଝିଙ୍କ ଗିଳିବାରୁ ନୁହଁ,ଶିକାରୀ ବସାଇଥିବା ଫାଶରେ ପଡି ସଂକ୍ରମଣ ହେବାଯୋଗୁ ମହାବଳ ମହାବୀରରଜୀବନ ଯାଇଛି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଫରେଷ୍ଟ ଆଇଜି ଅମିତ ମଲ୍ଲିକ ୱାଇଲ୍ଡ ଲାଇଫଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର କେ ରମେଶ ବାଘ ମୃତ୍ୟୁର ତଦନ୍ତ କରି ଏନଟିସିଏର ଡିଜି ଅନୁପ କୁମାରଙ୍କୁଦେଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି। କେନ୍ଦ୍ରୀୟ ଟିମ୍ ମହାବୀରର ବ୍ୟବଚ୍ଛେଦ ରିପୋର୍ଟଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ଗତ ଜୁନ୍ ୨୧ରେ କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ମହାବୀରକୁ ସାତକୋଶିଆକୁଅଣାଯାଇଥିଲା। ଗତ ନଭେମ୍ବର ୯ରେ ମହାବଳ ଫାଶରେ ପଡିଥିଲା। ନଭେମ୍ବର ୧୪ରେ ତାର ମୃତଦେହ ଠାବ ହୋଇଥିଲା।ବ୍ୟବଚ୍ଛେଦ ରିପୋର୍ଟରେ ଏକାଧିକ ଅଙ୍ଗ ଅକାମୀ ହେବାରୁ ମହାବୀରର ମୃତ୍ୟୁ ହୋଇଥିବା କୁହାଯାଇଥିଲା।କେନ୍ଦ୍ରୀୟ ଟିମର ରିପୋର୍ଟ ପରେ  ଉଚ୍ଚସ୍ତରୀୟ ତଦନ୍ତଦାବି କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ। ରିପୋର୍ଟ ମିଳିବାପରେ ବନ ବିଭାଗର ଦକ୍ଷତା ଓ ଦାୟୀତ୍ବବୋଧ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

   Related Posts