ରାଞ୍ଚୀ ବିର୍ସା ଜୁରେ ଅଘଟଣ, ଯୁବକକୁ ଝାମ୍ପିନେଲା ବାଘ

Published By : Prameya-News7 Bureau | March 04, 2020 IST

ରାଞ୍ଚୀ ୪।୩: ଓରମାଞ୍ଝିସ୍ଥିତ ବିର୍ସାଜୈବିକ ଉଦ୍ୟନରେ ବୁଧବାର ବଡ ଅଘଟଣ ଘଟିଛି। ପ୍ରାଣୀ ଉଦ୍ୟନର ବାଘ ଖୁଆଡକୁ ଜଣେ ଯୁବକ ଡେଇଁପଡିଥିବା ବେଳେ ବାଘ ତାକୁ ଶିକାର କରିଦେଇଛି। ଘଟଣା ସ୍ଥଳରେ ଯୁବକ ମୃତ୍ୟୁ ହୋଇଥିବା ବେଳେ ପ୍ରାଣୀ ଉଦ୍ୟନ କର୍ତ୍ତୃପକ୍ଷ ତାଙ୍କର ପରିଚୟ ସଂଗ୍ରହ ଲାଗି ଉଦ୍ୟମ କରୁଛନ୍ତି। ମୃତ ଯୁବକର ବୟସ ଆନୁମାନିକ ୩୦ ବର୍ଷ ହେବ ବୋଲି କୁହାଯାଉଛି। ଯୁବକଟି ପ୍ରାଣୀ ଉଦ୍ୟାନରେ ବାଘ ଖୁଆଡରେ ପଶି ବାଘ ନିକଟକୁ ଯିବାକୁ ଉଦ୍ୟମ କରୁଥିଲା।

{"id":232586,"width":580,"height":377,"sizeSlug":"large"}

ବାଘ ଖୁଆଡକୁ ଯୁବକ ଡେଇଁପଡିଥିବା ସୂଚନା ପାଇ ଓରମାଞ୍ଝି ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବାଘ ଆକ୍ରମଣରେ ଯୁବକର ମୃତ୍ୟୁ ହୋଇସାରିଥିଲା। ପୋଲିସ ବାଘକୁ ଘଉଡାଇ ଯୁବକର ଶବ ଉଦ୍ଧାର କରିଛି। ବାଘଟି ଯୁବକର ଗର୍ଦ୍ଦନକୁ ଆକ୍ରମଣ କରିଥିବା ବେଳେ ତା ଗଳାରେ ବାଘର ଦାନ୍ତ ଓ ପଞ୍ଝା ଚିହ୍ନ ରହିଛି। ପ୍ରାଣୀ ଉଦ୍ୟାନରେ ବାଘ ଖୁଆଡ ମାଟିରୁ ୧୫ ଫୁଟ ତଳେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଯୁବକ ବାଘ ଖୁଆଡକୁ ଓହ୍ଲାଇ ସିଧା ତା ନିକଟକୁ ଯିବାରେ ଲାଗିଥିଲା।

{"id":232592,"width":583,"height":336,"sizeSlug":"large"}

ଏହା ଦେଖି ଲୋକେ ଚିତ୍କାର କରିବାକୁ ଲାଗିଥିଲେ। ହେଲେ ଯୁବକ ଜଣକ ଲୋକଙ୍କ ହୋ ହଲ୍ଲାକୁ ଖାତିର ନ କରି ଆଗକୁ ବଢିବାରୁ ବାଘ ସିଧା ତାଙ୍କ ଉପରକୁ ଲମ୍ପ ଦେଇଥିଲା। ଉଦ୍ୟାନରେ ବାଘ ମୁହଁରୁ ଯୁବକର ଶବ ଆଣିବା ଲାଗି ପ୍ରାଣୀ ଉଦ୍ୟାନ କର୍ମଚାରୀ ଓ ପୋଲିସକୁ ବେଶ କଶରତ କରିବାକୁ ପଡିଥିଲା। ବାଘକୁ ଘଉଡାଇ ଦିଆଯିବା ପରେ ସେଠାରୁ ଯୁବକର ଶବ ଉଦ୍ଧାର କରାଯାଇଥିଲା। ଘଟଣା ପରେ ପ୍ରାଣୀ ଉଦ୍ୟାନକୁ ବନ୍ଦ କରିଦିଆଯାଇଛି। ଏଠାକୁ ବୁଲିବାକୁ ଆସିଥିବା ଲୋକଙ୍କୁ କର୍ତ୍ତୃପକ୍ଷ ଖାଲି କରିଦେଇଥିବା ବାହାରେ ତାଲା ଲଗାଇ ଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.