Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

ମହୁଲ ଗୋଟାଇବାକୁ ଯାଇଥିଲେ, ବାଘ ଆକ୍ରମଣରେ ଚାଲିଗଲା ପରିବାରର ଦୁଇ ସଦସ୍ୟଙ୍କ ଜୀବନ

6/04/2021 at 5:04 PM

ଚନ୍ଦ୍ରପୁର, ୦୬/୦୪: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମଙ୍ଗଳବାର ସକାଳ ସମୟରେ ଗୋଟିଏ ପରିବାରର ଦୁଇଜଣ ସଦସ୍ୟଙ୍କୁ ବାଘ ଆକ୍ରମଣ କରିଥିବା ଜଣାପଡ଼ିଛି । ଯାହା ଫଳରେ ଦୁଇ ସଦସ୍ୟଙ୍କର ମୃତ୍ୟୁ ହୋଇଛି ।

ଚନ୍ଦ୍ରପୁର ଅଞ୍ଚଳର ମୁଖ୍ୟ ବନ୍ୟ ସରକ୍ଷଣ ଅଧିକାରୀ ଏନ୍‌ ଆର୍‌ ପ୍ରବୀଣଙ୍କ ସୂଚନା ମୁତାବକ, ପୱନ ପୁର ଗ୍ରାମର ଦୁଇ ଜଣ ଲୋକ ବ୍ରିହମ୍‌ପୁରୀ ମଣ୍ଡଳ ଅନ୍ତର୍ଗତ ସିନ୍ଦେବାହୀ ଜଙ୍ଗଲ ଅଞ୍ଚଳକୁ ମହୁଲ ଫୁଲ ଗୋଟେଇବାକୁ ଯାଇଥିଲେ । ଏହି ସମୟରେ ବାଘଟି ତାଙ୍କୁ ଆକ୍ରମଣ କରିଥିଲା । ସେ ସନ୍ଦେହ କରୁଛନ୍ତି ଯେ, ବାଘଟି ପ୍ରଥମେ ଜଣଙ୍କୁ ଆକ୍ରମଣ କରିଥିଲା । ଏହା ଦେଖି ତାଙ୍କ ସମ୍ପର୍କୀୟ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଫଳରେ ବାଘଟି ତାଙ୍କୁ ମଧ୍ୟ ଛାଡ଼ି ନଥିଲା ।

ମୃତକଙ୍କ ଶବ ବନାଞ୍ଚଳର ୨୦୦ ମିଟର ଦୂରରୁ ଉଦ୍ଧାର କରାଯାଇଥିବା ସେ କହିଛନ୍ତି । ସେମାନଙ୍କୁ ଚିହ୍ନଟ କରାଯାଇଛି । ଜଣେ କମଲାକର ଉନ୍ଦିରୱାଡ଼େ (୬୦) ହୋଇଥିବା ବେଳେ ଅନ୍ୟଜଣେ ଦୂରବାସ ଧନୁଜି ଉନ୍ଦିରୱାଡ଼େ ହୋଇଥିବା ଜଣାପଡ଼ିଛି । ବନ ବିଭାଗର ଜରୁରୀ ଔପଚାରିକତା ପୂରଣ ପରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଶବ ହସ୍ତାନ୍ତର କରାଯିବା ନେଇ ଅଧିକାରୀ କହିଛନ୍ତି ।

   Related Posts