Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

୧୬ଫୁଟର ତାରଜାଲି ଡେଇଁ ଖସିଗଲା ‘ବାଘୁଣୀ’, କାବୁ ପାଇଁ ନାକେଦମ ବନବିଭାଗ

19/07/2020 at 3:27 PM

ବନ୍ତଳା ୧୯।୦୭ : ସାତକୋଶିଆ ଅଭୟାରଣ୍ୟ ଇଲାକାରେ ମୁକ୍ତ ଭାବରେ ବିଚରଣ କରୁଥିବା ଏକମାତ୍ର ମହାବଳ ବାଘୁଣୀକୁ କାବୁ କରିବା ନିମନ୍ତେ କର୍ତ୍ତୃପକ୍ଷଙ୍କ ଏକାଧିକ ଉଦ୍ୟମ ବିଫଳ ହୋଇଛି । ରାଇଗୁଡ଼ାସ୍ଥିତ ଦୁଇ ଏନ୍‌କ୍ଲୋଜର ମଧ୍ୟରେ (‘ସୁନ୍ଦରୀ’ ଏନ୍‌କ୍ଲୋଜର୍‌ ନିକଟ) ସ୍ୱତନ୍ତ୍ର ଖୁଆଡ଼ (ଯନ୍ତା) ପ୍ରସ୍ତୁତ କରାଯାଇଥିଲେ ହେଁ ଖୁଆଡ଼ ଡେଇଁ ବାଘୁଣୀ ପାର୍‌ ହୋଇଯାଇଛି । ଏପରିକି ଖୁଆଡ଼ରେ ଦିଆଯାଇଥିବା ଶିକାରକୁ ଆଡ଼ଆଖିରେ ସୁଦ୍ଧା ଚାହିଁଲାନାହିଁ । ଗତ ସୋମବାର ମଧ୍ୟରାତ୍ରିରେ ବାଘୁଣୀ ଏଭଳି ହରକତ କରିଥିବା ଆଜି ସୂଚନା ଦେଇଛନ୍ତି ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍‌) ପ୍ରଦୀପ ରାଜ କରାଟ ।

ଆର୍‌ସିସିଏଫ୍‌ ଶ୍ରୀ କରାଟ କହିଛନ୍ତି, ସାତକୋଶିଆର ବୃଦ୍ଧା ମହାବଳ ପ୍ରତି ଦୁଇ ତିନି ଦିନରେ ଥରେ ରାଇଗୁଡ଼ା ଏନକ୍ଲୋଜର୍‌ ନିକଟକୁ ଆସୁଛି । ଏନକ୍ଲୋଜର୍‌ ଚାରିପାଖରେ ଘୂରି ବୁଲୁଥିଲେ ହେଁ ଖୁଆଡ଼କୁ ପ୍ରବେଶ କରେନାହିଁ । ଗତ ସୋମବାର ରାତି ୧୧ଟା ୪୫ରେ କିନ୍ତୁ ବାଘୁଣୀ ଖୁଆଡ଼ ଭିତରକୁ ପଶି ଯାଇଥିଲା । ବାଘୁଣୀ ଖୁଆଡ଼ ଭିତରକୁ ପ୍ରବେଶ କରିବା କ୍ଷଣି ସମ୍ମୁଖରେ ଲାଗିଥିବା ଗେଟ୍‌ ଲକ୍‌ ହୋଇଯାଇଥିଲା । ଭିତରେ ବାଘୁଣୀକୁ ଆକୃଷ୍ଟ କରିବାକୁ ଶିକାର(ବାର୍‌ହା) ଛଡ଼ା ହୋଇଥିଲା । ବାଘୁଣୀ କିନ୍ତୁ ବାର୍‌ହା ଶିକାର କରି ନଥିଲା । ଖୁଆଡ଼ ଭିତରେ ପ୍ରାୟ ୧୦ ମିନିଟ୍‌ ରହିଥିଲା । ପରେ ୧୬ ଫୁଟ୍‌ ଉଚ୍ଚର ତାର ଜାଲି ଉପରକୁ ଚଢ଼ିଯାଇଥିଲା । ଉପରେ ତାର ଜାଲି ଓ ଲୁହାରେ ତିଆରି ହୋଇଥିବା ସ୍ଲାଇଡିଂ ଉପରେ କିଛି ସମୟ ବସିଥିଲା । ପରେ ଲମ୍ଫ ମାରି ଅଭୟାରଣ୍ୟ ଭିତରକୁ ଖସିଯାଇଥିଲା ବୋଲି ଶ୍ରୀ କରାଟ ନୈରାଶ୍ୟ ବ୍ୟକ୍ତ କରିଛନ୍ତି । ବାଘୁଣୀର ସ୍ୱାସ୍ଥ୍ୟାବସ୍ଥା ଏକ ପ୍ରକାର ସ୍ଥିର ଅଛି । ଲାଞ୍ଜରେ ଘା’ ବଢ଼ିନି, ପୂର୍ବଭଳି ରହିଛି ବୋଲି ଆର୍‌ସିସିଏଫ୍‌ ତଥା ବ୍ୟାଘ୍ର ପ୍ରକଳ୍ପ ମୁଖ୍ୟ ଶ୍ରୀ କରାଟ ସୂଚନା ଦେଇଛନ୍ତି ।

   Related Posts