Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପାଟଣା ଜଙ୍ଗଲରେ ବୁଲୁଛି ବାଘ, ଭାଇରାଲ୍‌ ହେଉଛି ଭିଡିଓ, ଭୟଭୀତ ଲୋକେ

23/07/2021 at 9:20 PM

ପାଟଣା, ୨୩/୦୭: କେନ୍ଦୁଝର ପାଟଣା ରେଞ୍ଜ୍ ଡୁମୁରିଆ ଅଞ୍ଚଳରେ ମହାବଳ ବାଘ ଦେଖିବାକୁ ମିଳିଛି । ଶାଗୁଆନ ଜଙ୍ଗଲରେ ବାଘ ବୁଲୁଥିବା ଭିଡିଓ ଭାଇରାଲ ହୋଇଛି । ଏଭଳି ଘଟଣା ପ୍ରଚାର ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଥିବା ଜଣାପଡ଼ିଛି । ତେବେ ଏହି ରେଞ୍ଜରେ ସେମିତି କିଛି ବାଘ ନଥିବା ବନ ବିଭାଗ କହିଥିବା ବେଳେ ଜଙ୍ଗଲ ପାଖ ଗ୍ରାମବାସୀ ମାନଙ୍କୁ ପଚରା ଉଚରା କରି ସତ୍ୟାସତ୍ୟର ଅନୁସନ୍ଧାନ କରାଯାଉଥିବା ରେଞ୍ଜର କହିଛନ୍ତି  । 

ଭାଇରାଲ ଭିଡିଓ ସଂପର୍କରେ ପାଟଣା ରେଞ୍ଜର ଭାରପ୍ରାପ୍ତ ରେଞ୍ଜର କହିଛନ୍ତି ଏନେଇ ସେ ଅନୁସନ୍ଧାନ ଜାରି ରଖିଛନ୍ତି ।  ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିବା ସହ ସ୍ଥାନୟୀ ଗ୍ରାମବାସୀଙ୍କୁ ପଚରା ଉଚରା କରୁଥିବା କହିଛନ୍ତି । ଅନ୍ୟପଟେ, କେହି ଜଣେ ଲୋକଙ୍କୁ ଭୟଭୀତ କରିବାକୁ ଏଭଳି ଭିଡିଓ ଭାଇରାଲ୍ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି ।ତେବେ ପ୍ରକୃତରେ କେନ୍ଦୁଝର ପାଟଣା ରେଞ୍ଜରେ ମହାବଳ ବାଘ ଅଛି କି ନାହିଁ, ତାହା ତଦନ୍ତ ସାପେକ୍ଷ ଥିବାବେଳେ ମହାବଳର ଭାଇରାଲ ଭିଡିଓଟି କେବେକାର ତାକୁ ନେଇ  ତଦନ୍ତ ଦାବି ହୋଇଛି ।

   Related Posts