Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ନ୍ୟୁୟର୍କ ଚିଡିଆଖାନାରେ ବାଘୁଣୀକୁ କରୋନା, ଶିଶୁଙ୍କୁ ଭୟଙ୍କର ଭାଇରସ୍ ଡେଇଁବା ପରେ ଚିଡିଆଖାନା ସଜାଗ,ନନ୍ଦନକାନନରେ ବଢିଲା ସତର୍କତା

6/04/2020 at 8:29 PM

ଭୁବନେଶ୍ବର 06।04: କରୋନା ସଂକ୍ରମଣର ଶିକାର ହୋଇଛି ବାଘ । ମଣିଷ ପରେ ପ୍ରଥମ ଥର ପାଇଁ ଏକ ପଶୁ ଶରୀରରେ କରୋନା ଭାଇରସ ଚିହ୍ନଟ ହୋଇଛି । ନ୍ୟୁୟର୍କ ସ୍ଥିତ ବ୍ରୋନକ୍ସ ଚିଡିଆଖାନରେ ଏକ ବାଘୁଣୀ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଥିବା ଆମେରିକାର ଜାତୀୟ ପଶୁସେବା ପରୀକ୍ଷାଗାର ତରଫରୁ ସ୍ପଷ୍ଟ କରାଯାଇଛି । ଏହି ଘଟଣା ଜଣାପଡ଼ିବା ପରେ ଆମ ଦେଶରେ ଜାତୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ଏକ ନିର୍ଦ୍ଦେଶନାମା ଜାରିକରିଛନ୍ତି । ସେପଟେ ଭୁବନେଶ୍ବର ନନ୍ଦନକାନନରେ ସତର୍କତା ବଢ଼ାଇଦିଆଯାଇଛି ।

ମଣିଷ ପରେ ପ୍ରଥମ ପଶୁ ଭାବେ ଏକ ବାଘୁଣୀ ହୋଇଛି କରୋନା ଭାଇରସ୍ ସଂକ୍ରମଣର ଶିକାର। ଆମେରିକାର ନ୍ୟୁୟର୍କ ସ୍ଥିତ ବ୍ରୋନସ୍କ ଚିଡ଼ିଆଖାନାରେ ୪ ବର୍ଷର ମାଲାୟନ ବାଘୁଣୀ ନାଡ଼ିଆ ଶରୀରରେ କୋଭିଡ଼-୧୯ ଭୁତାଣୁ ଚିହ୍ନଟ ହୋଇଛି । ଚିଡିଆଖାନାର ଜଣେ କର୍ମଚାରୀଙ୍କ ଠାରୁ ବାଘୁଣୀ ସଂକ୍ରମିତ ହୋଇଛି । ସଂପୃକ୍ତ ବ୍ୟକ୍ତି ଜଣକ ଏହି ବାଘୁଣୀର ଯତ୍ନ ନେଉଥିଲେ । ବାଘୁଣୀ ନାଡ଼ିଆ ସହ ଚିଡ଼ିଆଖାନାର ଅନ୍ୟ ୫ଟି ବାଘ ଓ ସିଂହ ଶରୀରରେ ମଧ୍ୟ କରୋନା ଭଳି ଲକ୍ଷଣ ଦେଖାଦେଇଥିବାରୁ ସେମାନଙ୍କର ନମୁନା ପରୀକ୍ଷା କରାଯାଉଥିବା United States Department of Agriculture (USDA) ପକ୍ଷରୁ କୁହାଯାଇଛି।

ଆମେରିକାରରେ କରୋନା ଭାଇରସ ସ୍ଥିତି ଅନିୟନ୍ତ୍ରିତ ହେବା ପରେ ବୋନକ୍ସ ଚିଡିଆଖାନାକୁ ମାର୍ଚ୍ଚ ୧୬ଠାରୁ ବନ୍ଦ ରଖାଯାଇଛି । ସେପଟେ ଏହି ଘଟଣା ନଜରକୁ ଆସିବା ପରେ ଆମ ଦେଶର ସମସ୍ତ ଚିଡ଼ିଆଖାନା ପାଇଁ ହାଇ ଆଲର୍ଟ ଜାରି କରିବା ସହ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ । ଚିଡ଼ିଆଖାନାରେ ଅସ୍ବାଭାବିକ ଆଚରଣ ଦେଖାଉଥିବା ଜୀବଜନ୍ତୁଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଯାଇଛି । ଅସୁସ୍ଥ ସନ୍ଦେହ ହେଲେ ତୁରନ୍ତ ଜୀବଜନ୍ତୁଙ୍କର ନମୁନା ସଂଗ୍ରହ କରି କୋଭିଡ୍-୧୯ ପରୀକ୍ଷା ପାଇଁ ଭୋପାଲ, ହରିୟାଣାର ହିସାର ଏବଂ ଉତ୍ତରପ୍ରଦେଶର ବରେଲି ସ୍ଥିତ ପ୍ରାଣୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ପଠାଇବାକୁ ଚିଡ଼ିଆଖାନାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୁରକ୍ଷା ପୋଷାକ ନ ପିନ୍ଧି କୌଣସି କର୍ମଚାରୀ ଖୁଆଡ଼ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି। ଅସୁସ୍ଥ ଜୀବଜନ୍ତୁଙ୍କୁ କ୍ବାରାଣ୍ଟାଇନରେ ରଖିବା ସହ ଖାଇବାକୁ ଦେବା ସମୟରେ ସେମାନଙ୍କ ସହ ଯଥା ସମ୍ଭବ କମ୍ ସଂସ୍ପର୍ଶରେ ଆସିବାକୁ ପରାମର୍ଶ ଦିଆଯାଇଛି । କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ନନ୍ଦନକାନନରେ ସତର୍କତା ବଢ଼ାଇ ଦିଆଯାଇଛି ।

ଦେଶରେ ଏବେ ପ୍ରାୟ ୧୬୦ଟି ଚିଡ଼ିଆଖାନାରେ ୫୬ରୁ ଅଧିକ ଜୀବଜନ୍ତୁ ରହୁଛନ୍ତି । ଦେଶରେ ଲକଡାଉନ ଯୋଗୁଁ ସମସ୍ତ ଚିଡ଼ିଆଖାନା ବନ୍ଦ ରହିଛି ।

   Related Posts