ଆଠଗଡ଼ରୁ ବାଘ ଶିକାରୀ ଗିରଫ:ଚମଡା ଜବତ

Published By : Prameya-News7 Bureau | November 26, 2018 IST

କଟକ ୨୬/୧୧:ଆଠଗଡ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ପୂର୍ବ ରେଞ୍ଜର ପାତ୍ର ଭାଗ ଗ୍ରାମରୁ ଆଠଗଡ ଡିଏଫଓ ଓ ବନ ବିଭାଗର କର୍ମଚାରୀମାନେ ଜଣେ ବାଘ ଶିକାରୀକୁ ଗିରଫ କରିଥିବାବେଳେ ତା ନିକଟରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ଶିକାରୀ ଜଣକ ହେଲେ ନରସିଂହପୁର ପାତ୍ର ଭାଗ ଗ୍ରାମର ଇଛା ନନ୍ଦ ଜାନୀ, ଆଜି ଆଠଗଡ ଡିଏଫଓ ଏହି ଶିକାରୀକୁ ଆଠଗଡ ଡିଭିଜନ ଅଫିସକୁ ଆଣି ତଦନ୍ତ କରିବା ପରେ ସେ ଗତ ଏକ ବର୍ଷ ତଳେ ଏହି କଲରାପତରିଆ ବାଘକୁ ଶିକାର କରିଥିବାର ପ୍ରକାଶ କରିଛି।ଏହି ଶିକାରୀ ସହିତ ଆହୁରି ଅନେକ ଶିକାରୀ ଥିବାର ସେ ପ୍ରକାଶ କରିଛି।ଏହି କଲରାପତରିଆ ବାଘକୁ ସେ ସାତକୋଶିଆ ନରସିଂହପୁର ଜଙ୍ଗଲରୁ ଶିକାର କରିଥିବା ପ୍ରକାଶ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.