ନିଜ ଫାଶରେ ଫସିଲେ ବାଘ ଶିକାରୀ, କିଙ୍ଗପିନ୍ ରଣପୁରର ଲକ୍ଷ୍ମୀଧରର ଟିମ୍ ବହୁତ ବଡ: ସେପଟେ ଚମ୍ପୁଆ ରେଞ୍ଜ୍ ହାତୀ ମୃତ୍ୟୁର ତଦନ୍ତ ବଢିଲା
15/06/2020 at 6:18 PM

ରଣପୁର, ୧୫|୦୬ : ରଣପୁର ବାଘ ଶିକାର ଘଟଣାର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ବାଘଛାଲ ବେପାରର ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ନାଏକ ଘର ପଛପଟେ ବାଘରୁ ଛାଲ ଉତାରୁଥିବା ଭିଡିଓ ଭାଇରାଲ ହେବା ପରେ ଏହି ଘଟଣାରେ ଅନ୍ୟମାନଙ୍କ ସମ୍ପ୍ରୁକ୍ତି ଥିବା ସ୍ପଷ୍ଟ ହୋଇଛି । ,ସେପଟେ ଜଙ୍ଗଲରୁ ବାଘ ଶିକାର ଘଟଣାକୁ ନେଇ ରଣପୁର ରେଞ୍ଜର ଓ ଖୋର୍ଦ୍ଧା ଡିଏଫଓଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜ୍ଜୁ ହୋଇଛି ।
ନିଜ ଭିଡିଓ ଜାଲରେ ଫସିଲେ ନିଜେ ଶିକାରୀ। ଫାଶ ପକାଇ ବାଘ ମାରିଥିଲେ। କିନ୍ତୁ ନିଜ ଫାଶରେ ନିଜେ ଫଶିଲେ। ଦେଖନ୍ତୁ ଏହି ଭିଡିଓ କ୍ରୁର ମଣିଷର ନିର୍ଦ୍ଦୟ ଚେହେରା ଧରା ପଡ଼ିଛି ଏହି ଭିଡିଓରେ। ଧୀରେ ଧୀରେ ଖୋଲୁଛି ନୟାଗଡ ରଣପୁର ବାଘ ଶିକାରର ଗୁମର । ବାଘ ଦେହରୁ ଛାଲ ଉତାରୁଛନ୍ତି ବାଘ ହତ୍ୟାର କିଙ୍ଗ୍ ପିନ୍ ତଥା ରଣପୁର ବନ୍ଧମୁଣ୍ଡା ସମିତି ସଭ୍ୟ ଲକ୍ଷ୍ମୀଧର ନାୟକ । ଅନ୍ୟ ଦୁଇ ଜଣ ତାଙ୍କ ପାଖରେ ଛିଡ଼ା ହୋଇଛନ୍ତି । ଏ ଦୁଇ ଜଣ କିଏ ? ଏମାନେ ଲକ୍ଷ୍ମୀଧରଙ୍କ ସହଯୋଗୀ ନୁହଁନ୍ତି ତ ? ନୟାଗଡରେ ଶିକାରୀଙ୍କ ଉତ୍ପାତ ବଢି ଯାଇଥିବା ବେଳେ ବନ ବିଭାଗ ଟିମ୍ କରୁଛି କ’ଣ ? ଏସବୁ ନେଇ ରଣପୁର ବନାଞ୍ଚଳ କର୍ତ୍ତୃପକ୍ଷଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି । ରଣପୁର ରେଂଜରଙ୍କ ସହ ଖୋର୍ଦ୍ଧା ଡିଏଫ୍ଓଙ୍କ ବିରୋଧରେ ରଣପୁର ଥାନାରେ ଏଫଆଇଅର୍ ଦେଇଛନ୍ତି କ୍ୟାମ୍ପେନ ଫର ଏନଭାଏରନମେଣ୍ଟ ପ୍ରୋଟେକସନ୍ । ଏହି ସମସ୍ତ ଘଟଣାରେ ସଂପୃକ୍ତ ବନ ବିଭାଗ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଫଶିଲେ ।

ସେପଟେ ଚମ୍ପୁଆ ରେଞ୍ଜ୍ ଗୁରୁବେଡ଼ା ଗାଁ ପାଖ ବୈତରଣୀ ସଂରକ୍ଷିତ ଜଙ୍ଗଲରେ କିଭଳି ଦୁଇ ହାତୀଙ୍କ ମୃତ୍ୟୁ ହେଲା ତାହାର ଅନୁସନ୍ଧାନ କରୁଛନ୍ତି ବରିଷ୍ଠ ବନ ଅଧିକାରୀ । ଆଜି ଅତିରିକ୍ତ ପିସିସିଏଫ, ଓ୍ଵଇଲଡ୍ ଲାଇଫ, ରାଉରକେଲା ଆରସିସିଏଫ, କେନ୍ଦୁଝର ଡିଏଫଓ ଘଟଣାସ୍ଥଳ ପରିଦର୍ଶନ କରି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶିକାରୀଙ୍କ ଦ୍ଵାରା ବିଛାଇଥିବା 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟ ହାତୀଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ହାତୀଙ୍କ ମୃତଦେହ ନିକଟରୁ ରଡ୍ ବାଇଣ୍ଡିଙ୍ଗ ତାର ଏବଂ ଇନ୍ସୁଲେଟର ମିଳିଛି ।ହାତୀଙ୍କ ମୃତଦେହ ପଡିଥିବା ସ୍ଥାନଠାରୁ ମାତ୍ର ୫୦ ମିଟର ଦୂରରେ ଯାଇଛି ୧୧ କେଭି ବିଦ୍ୟୁତ ତାର । ତେଣୁ ବାଇଣ୍ଡିଙ୍ଗ ତାରକୁ ସଂଯୋଗ କରି ହାତୀଙ୍କୁ ହତ୍ୟା କରାଯାଇଛି। ତେବେ କିଏ ଏ ଶିକାରୀ ? ଏମାନେ ଆଖପାଖ ଅଞ୍ଚଳର ନା ଅନ୍ୟ କେଉଁ ସ୍ଥାନରୁ ଆସିଥିଲେ ? ଅପରାଧୀ ମାନଙ୍କୁ ଧରିବା ପାଇଁ ପୋଲିସର ସହାୟତା ନିଆଯିବ ବୋଲି ଆଡିସନାଲ ପିସିସିଏଫ ଶଶୀ ପଲ୍ କହିଛନ୍ତି ।
ଗତ ୨ ମାସ ମଧ୍ୟରେ ଚମ୍ପୁଆ ରେଞ୍ଜରେ ୪ ହାତୀଙ୍କ ମୃତ୍ୟୁ ହେଲାଣି । ଗତ ୨୪ ତାରିଖରେ ବାଲିବନ୍ଧ ସେକ୍ସନର ଚମକପୁର ଗାଁରେ ଗୋଟିଏ ହାତୀର ମୃତଦେହ ମିଳିଥିଲା ।ଗତକାଲି ଏକା ସାଙ୍ଗରେ ୨ଟି ହାତୀଙ୍କୁ ହତ୍ୟା କରାଯିବା ବନ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।