ନିନ୍ଦନୀୟ: ଲାଇଭ୍ ବାଘ ଶିକାର ଦେଖିବାକୁ ଜିଅନ୍ତା ଗାଈକୁ ବଳି, ଭିଡିଓ ଭାଇରାଲ୍

Published By : Prameya-News7 Bureau | October 18, 2020 IST

ଅହମଦାବାଦ ୧୭/୧୦ : ଗୁଜରାଟ ଗିର ଅଭୟାରଣ୍ୟର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଭିଡିଓରେ ଏକ ବାଘ ଗୋଟିଏ ଜୀବନ୍ତ ଗାଈକୁ ଶିକାର କରୁଥିବା ଦେଖିବାକୁ ମିଳିଛି। ତେବେ ସବୁଠାରୁ ଦୁଃଖଦ ଓ ହୃଦୟ ବିଦାରକ ଘଟଣା ହେଲା, ସେଠାରୁ ଅଳ୍ପ କିଛି ଦୂରରେ କିଛି ଲୋକ ଛିଡା ହୋଇଥିଲେ ଏବଂ ପୁରା ଘଟଣାକୁ ନିଜ ମୋବାଇଲ ଫୋନରେ ରେକର୍ଡ କରୁଥିଲେ। ଏକ ଅସହାୟ ଗାଈକୁ ନିଜ ସମ୍ମୁଖରେ ଶିକାର ହେଉଥିବା ଦେଖି ପ୍ରତୀତ ହୋଇଥିଲା ସତେ ଯେପରି ମନୋରଞ୍ଜନ ପାଇଁ ଅସହାୟ ଗାଈକୁ ଚାରା ଭଳି ବାଘ ସମ୍ମୁଖରେ ରଖାଯାଇଥିଲା।

ଟାଇମ୍ସ ଅଫ ଇଣ୍ଡିଆ ଖବର ଅନୁଯାୟୀ, ଭିଡିଓ ଗୁଜରାଟର କୋଡିନାର ଓ ଉନା ମଝିରେ ଥିବା କୌଣସି ଏକ ସ୍ଥାନର। ଗାଈକୁ ରଶିରେ ବନ୍ଧାଯାଇଛି। ଗାଈ ପଛପଟ ଥିବା ବୁଦା ଭିତରୁ ଏକ ବାଘ ହଠାତ ଆସି ଗାଈ ଉପରେ ଝାମ୍ପି ପଡିଛି। ଏହାପରେ ଗାଈକୁ ନିଜ ମୁନିଆ ଦାନ୍ତରେ ଝାମ୍ପି ଖାଇବା ଆରମ୍ଭ କରିଛି। ଭିଡିଓରେ କିଛି ଲୋକଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଏମାନେ ମୋବାଇଲରେ ଘଟଣାକୁ ରେକର୍ଡ କରୁଥିବା ସ୍ପଷ୍ଟ ଦେଖିବାକୁ ମିଳିଛି। ପଛପଟେ କିଛି ବାଇକ ମଧ୍ୟ ଛିଡା ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହାସବୁ ଦେଖି ପ୍ରତୀତ ହୋଇଥିଲା ସତେ ଯେମିତି ଲୋକେ ବିଶେଷ କରି ଏହି ହୃଦୟ ବିଦାରକ ଶୋ' ଦେଖିବାକୁ ଅନ୍ୟ କେଉଁଠାରୁ ଆସିଥିଲେ।

wp:core-embed/twitter {"url":"https://twitter.com/mpparimal/status/1316685668223836160","type":"rich","providerNameSlug":"twitter","className":""}
https://twitter.com/mpparimal/status/1316685668223836160
/wp:core-embed/twitter

ମିଡ଼ିଆ ରିପୋର୍ଟ ଅନୁଯାୟୀ, ବନବିଭାଗ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଭିଡିଓ ଦେଖିଥିବା ବନବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭିଡିଓ ଏକ ଅବୈଧ ଶୋ' ଭଳି ପ୍ରତୀତ ହେଉଛି ଯାହା ଏକ ମୋଟା ଅଙ୍କର ଟଙ୍କା ପାଇଁ ଆୟୋଜିତ କରାଯାଇଥିବ।

ଲୋକେ ଯେପରି ପୁରା ଘଟଣାକୁ କ୍ୟାମେରାରେ କଏଦ କରିବାକୁ ଆସିଥିଲେ ସେଥିରୁ ବୁଝାପଡୁଛି ଯେ ଏହିଭଳି ଘଟଣା କୌଣସି ଅପବାଦ ନୁହେଁ ଏବଂ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ପୂର୍ବରୁ ଜାଣିଥିଲେ ଯେ ସେଠାରେ କଣ ଘଟିବାକୁ ଅଛି। ବାଘକୁ ଗତ ୨-୪ ଦିନ ହେଲା ଭୋକିଲା ରଖିଲା ଭଳି ମଧ୍ୟ ମନେ ହେଉଛି। ଲୋକେ ଯେଭଳି କ୍ୟାମେରା ଧରି ଛିଡା ହୋଇଥିଲା ସେଥିରୁ ଜଣାପଡୁଛି ଯେ ଏହା ତାଙ୍କର ରୁଟିନ ବୋଲି କହିଛନ୍ତି ବନବିଭାଗ ଅଧିକାରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.