Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ମଞ୍ଚେଶ୍ବର ରେଲଓ୍ବେ ଷ୍ଟେସନ ନିକଟରେ ବାଘ, ରାତିରେ ବସିବ ଯନ୍ତା

22/02/2019 at 6:36 PM

ଭୁବନେଶ୍ବର୨୨|୨: ରାଜଧାନୀରେ ପୁଣି ବାଘ ଆତଙ୍କ । ମଞ୍ଚେଶ୍ବର ରେଲଓ୍ବେ ଷ୍ଟେସନ ନିକଟରେ ବାଘ ବୁଲୁଥିବା ସ୍ଥାନୀୟ ରଙ୍ଗମାଟିଆ ଗାଁ ଲୋକ କହିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ବନ ବିଭାଗ । ସ୍ଥାନୀୟ ଅଂଚଳରେ ବାଘର ପାଦଚିହ୍ନ ମିଳିବା ପରେ ଏନେଇ ଆରମ୍ଭ ହୋଇଛି ତନାଘନା । ଏହା ପୂର୍ବରୁ ପଳାସପଲ୍ଲୀ, ଏୟାରପୋର୍ଟ ଅଂଚଳରୁ ଏକ କଲରାପତରିଆ ବାଘକୁ ଧରିବା ପରେ ଚନ୍ଦକା ଜଙ୍ଗଲରେ ଛାଡ଼ିଥିଲା ବନ ବିଭାଗ । ….

ପୁଣି ରାଜଧାନୀରେ ବୁଲୁଛି ବାଘ । ଏଥର ମଞ୍ଚେଶ୍ବର ରେଲଓ୍ବେ ଷ୍ଟେସନ ନିକଟରେ ବୁଲୁଛି କଲରାପତରିଆ । ସ୍ଥାନୀୟ ରଙ୍ଗମାଟିଆ ଗାଁ ଲୋକେ ବାଘକୁ ଦେଖିବା ପରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ବନ ବିଭାଗ । ପ୍ରାଥମିକ ତଦନ୍ତରୁ ବାଘର ପାଦ ଚିହ୍ନ ଦେଖିବାକୁ ମିଳିବା ପରେ ଆରମ୍ଭ ହୋଇଛି ତନାଘନା । ତେବେ ବାଘ ବୁଲିବାକୁ ନେଇ ସ୍ଥାନୀୟ ଅଂଚଳରେ ଲୋକେ ଭୟଭୀତ ହୋଇଛନ୍ତି ।

ଗଲା ୧୯ ତାରିଖରେ ଭୁବନେଶ୍ବର ପଳାଶପଲ୍ଲୀ ଅଂଚଳରେ ଏକ ସିସିଟିଭିରେ କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଥିଲା । ବାଘ ଧରିବାକୁ ତନାଘନା ଆରମ୍ଭ କରିଥିଲା ବନବିଭାଗ । ଦୁଇ ଦିନର କସରତ ପରେ ଏୟାରପୋର୍ଟ କାର୍ଗୋ ଗେଟ୍‌ ପାଖରେ ବସାଯାଇଥିବା ଯନ୍ତାରେ ପଡ଼ିଥିଲା କଲରାପତରିଆ ବାଘ । ପରେ ଏହାକୁ ଚନ୍ଦକା ଜଙ୍ଗଲରେ ଛାଡ଼ିଥିଲା ବନ ବିଭାଗ । ତେବେ ଏହାକୁ ଦୁଇ ଦିନ ନପୁରୁଣୁ ପୁଣି ଥରେ ମଞ୍ଚେଶ୍ବର ଅଂଚଳରେ କଲରାପତରିଆ ବାଘ ବୁଲୁଥିବା ଖବର ସାଧାରଣରେ ଭୟ ସୃଷ୍ଟି କରିଛି ।  ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ କଲରା ପତରିଆ ବାଘ ଥିବା କଥା ଜଣାପଡ଼ିବା ପରେ ଖାଦ୍ୟ ଅନ୍ବେଷଣରେ ସେମାନେ ଜନବସତି ଆଡ଼କୁ ପଳାଇଆସୁଥିବା ଅନୁମାନ କରାଯାଉଛି ।

   Related Posts