ଜଙ୍ଗଲରେ ପରସ୍ପରକୁ ଆକ୍ରମଣ କଲେ ଦୁଇଟି ବାଘ, ଗର୍ଜନ ଶୁଣି ଭୟଭୀତ ହୋଇଗଲେ ଲୋକ : ଦେଖନ୍ତୁ ଭିଡିଓ
2/04/2020 at 5:33 PM

ନୂଆଦିଲ୍ଲୀ ୨।୪: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁଇ ବାଘ ଆକ୍ରମଣାତ୍ମକ ଭାବେ ଲଢୁଥିବାର ଦେଖିବାକୁ ମିଳୁଛି । ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ପ୍ରବୀଣ କାସୱାନ ଏହି ଭିଡିଓଟି ପୋଷ୍ଟ କରିଛନ୍ତି ।
ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଦୁଇଟି ବାଘ ଆକ୍ରମଣାତ୍ମକ ଭାବରେ ଲଢୁଛନ୍ତି । ଅନ୍ୟପଟେ ପର୍ଯ୍ୟଟକମାନେ ସେମାନଙ୍କ ଲଢେଇ ଉପରେ ନଜର ରଖିଛନ୍ତି । ଭିଡିଓରେ ଲୋକମାନେ ଦୁଇଟି ବାଘର ଗର୍ଜନ ଶୁଣି ଭୟଭୀତ ହୋଇଯାଇଛନ୍ତି ।
ପ୍ରବୀଣ କାସୱାନ୍ ଦୁଇ ମିନିଟର ଲମ୍ବା ଭିଡିଓ କ୍ଲିପ୍ ପୋଷ୍ଟ କରିଛନ୍ତି । ଯେଉଁଥିରେ କ୍ୟାପସନ୍ ଦିଆଯାଇଛି, ‘ଦୁଇଟି ସମ୍ପୂର୍ଣ୍ଣ ବଢିଥିବା ବାଘ ମଧ୍ୟରେ ଝଗଡା । ହେଡଫୋନ୍ ଲଗାଇ ଶୁଣନ୍ତୁ । ଭାରତୀୟ ଜଙ୍ଗଲରେ ଶକ୍ତିଶାଳୀ ଗର୍ଜନ ଏବଂ ଏହାର ପ୍ରତିଧ୍ବନୀ । ଆଜି ପ୍ରୋଜେକ୍ଟ ଟାଇଗର ଭାରତରେ ୪୭ ବର୍ଷ ପୂରଣ କରିଛି ।
Territorial fight between two full grown #tigers. Listen with headphones. Powerful Roar & it's echo from Indian #forests. Via WA. Today project tiger has completed 47 years in #India. pic.twitter.com/hiLonKXrif
— Parveen Kaswan, IFS (@ParveenKaswan) April 1, 2020