ବାଘ ମାତିଛି, ଗାଁରେ ପଶି ଗାଈଗୋରୁଙ୍କୁ ମାରିଲାଣି: ପାଦ ଚିହ୍ନ ଦେଖି ଲୋକେ ଛାନିଆ

Published By : Prameya-News7 Bureau | June 12, 2020 IST

ନବରଙ୍ଗପୁର ୧୨।୬: ନବରଙ୍ଗପୁର ଜିଲ୍ଲାରେ ବାଘ ଆତଙ୍କ । ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଝାଡ଼ବନ୍ଧଗୁଡା ପଞ୍ଚାୟତ ଅନ୍ତର୍ଗତ ଫୁଟକର ଗ୍ରାମରେ ଗତ କିଛି ଦିନ ଧରି ଏକ ବାଘ ରାତିରେ ଗ୍ରାମରେ ପଶି ଗାଈ ଗୋରୁଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି ।

{"id":285101,"sizeSlug":"large"}

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ସଦର ମହକୁମାଠାରୁ ପ୍ରାୟ ୩୦ କିଲୋମିଟର ଦୂର ଫୁଟକର ଗାଁରେ ଗତ କିଛି ଦିନ ହେବ ଗାଈଙ୍କୁ ଏକ ଅଜଣା ଜନ୍ତୁ ଆକ୍ରମଣ କରୁଛି । ଜନ୍ତୁ ଆକ୍ରମଣରେ ଦୁଇଟି ଗାଈଙ୍କ ମୃତ୍ୟୁ  ହୋଇଥିବା ଏବଂ ଗୋଟିଏ ଗାଈ ନିଖୋଜ ଥିବା ସହ ଅନ୍ୟ କିଛି ଗାଈଙ୍କ ଦେହରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା ।  ଯାହାକୁ ନେଇ ଗ୍ରାମବାସୀମାନେ ଗାଈଗୋରୁଙ୍କୁ ଆକ୍ରମଣ କରୁଥିବା  ଅଜଣା ଜନ୍ତୁ ବିଷୟରେ ଜାଣିବା ପାଇଁ  ନିକଟସ୍ଥ ଜଙ୍ଗଲ ଭିତରେ ଖୋଜିଥିଲେ । ଜଙ୍ଗଲ ଭିତରେ ଥିବା ମାଟି ରାସ୍ତାରେ ବାଘର ପାଦ ଚିହ୍ନ ଥିବା ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ ।

{"id":285102,"sizeSlug":"large"}

ଫଳରେ ଗ୍ରାମବାସୀମାନେ ବାଘ ଗାଈ ଗୋରୁଙ୍କୁ ଆକ୍ରମଣ କରୁଥିବା ନେଇ ସ୍ପଷ୍ଟ ହେବା ସହ ଭୟଭୀତ ହୋଇଯାଇଛନ୍ତି ।  ଛୋଟ ଛୁଆ ନେଇ ଘରେ ରହୁଥିବାରୁ ଭୟଭୀତ ହୋଇପଡିଛନ୍ତି ।  ଗାଈଗୋରୁଙ୍କୁ ବାଘ କ୍ଷତାକ୍ତ କରିଥିବାର ଖବର ପାଇ  ଡାକ୍ତର ଟିମ୍ ଯାଇ ଗାଈଗୋରୁଙ୍କୁ  ଚିକିତ୍ସା କରି ଫେରିଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।  

{"id":285103,"sizeSlug":"large"}

ଅପରପକ୍ଷେ ନବରଙ୍ଗପୁର ବନ ବିଭାଗ ତରଫରୁ ଫୁଟଘର  ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିବା ସହ ଗ୍ରାମରେ ଥିବା ସେହି ଜନ୍ତୁର  ପାଦ ଚିହ୍ନର ପରୀକ୍ଷା କରିଛନ୍ତି । ଅଧିକ ପରୀକ୍ଷା ପାଇଁ ନମୁନାକୁ ପରୀକ୍ଷା ପାଇଁ ପଠାଯାଇଥିବା ଜିଲ୍ଲା ବନଖଣ୍ଡ ଅଧିକାରୀ କହିଛନ୍ତି । ପ୍ରାଥମିକ ତଦନ୍ତରୁ  ଏହି ପାଦ ଚିହ୍ନଟି  ଚିତା ବାଘର ହୋଇଥିବା ଜଣାପଡୁଥିବା ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି । ନମୁନା  ପରୀକ୍ଷା  ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ପ୍ରକାଶ କରିବା ସହିତ ଗ୍ରାମକୁ ଯାଇ ତଦନ୍ତ ସମୟରେ ଗ୍ରାମର ଗାଇଗୋରୁଙ୍କ  ମୃତ୍ୟୁ ଓ ନିଖୋଜ  ସମ୍ବନ୍ଧରେ କୌଣସି ଠୋସ୍ ପ୍ରମାଣ ପାଇ ନ ଥିବା ନବରଙ୍ଗପୁର  ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.