ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ

Published By : Prameya-News7 Bureau | March 07, 2021 IST

ନୂଆପଡ଼ା ୦୭।୦୩: ପୁଣି ବାଘ ଆତଙ୍କ । ନୂଆପଡା ଜିଲ୍ଲା ହଳଦି ଗାଁରେ ପୁଣି ଥରେ ବାଘ  ଆତଙ୍କ ଦେଖିବାକୁ ମିଳିଛି । ଗାଁରେ ବାଘ ବସିଥିବା ଫଟୋ ଭାଇରାଲ ହୋଇଛି। ଯାହାକୁ ନେଇ ଭୟରେ ଜୀବନ ବିତାଉଛନ୍ତି ଗ୍ରାମବାସୀ ।

ଖବର ଅନୁଯାୟୀ, ହଳଦୀ ଗାଁର ଜଣେ ଯୁବକ ହଳଦି ଗାଁ ସାରଦା ମନ୍ଦିର ପଥର ଚଟାଣରେ ବାଘ ବସିଥିବାର ଫଟୋ ଉତ୍ତୋଳନ କରିଥିବା କୁହାଯାଉଛି । ଏହି ଫଟୋ ଭାଇରାଲ ହେବା ପରେ ଆତଙ୍କିତ ହୋଇ ପଡିଛନ୍ତି ହଳଦି ଗାଁ ବାସିନ୍ଦା । ଗାଁ ରେ ବନ ବିଭାଗ ଛାନଭିନ ଜାରି ରଖିଛି । ଆଗରୁ ମଧ୍ୟ ଏହି ଅଞ୍ଚଳରେ ବାଘ ଦେଖା ଦେଇଥିଲା । ଗୋଟିଏ ଶିଶୁକୁ ଟାଣି ନେଇଥିଲା ବାଘ । ବନବିଭାଗର ପ୍ରୟାସ ଫଳରେ ବନବିଭାଗ ଦୁଇଟି ବାଘ ଧରିଥିଲା । ଏବେ ପୁଣି ଥରେ ବାଘ ଦେଖାଯିବା ନେଇ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକେ ଡରି ଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.