ବାଘ ଆତଙ୍କ : ପଡିଲା ତାଟି କବାଟ, ସ୍କୁଲ ଯାଉନାହାଁନ୍ତି ପିଲା

Published By : Prameya-News7 Bureau | January 07, 2019 IST

ଫୁଲବାଣୀ ୭|୧: ବୁଲୁଛି ବାଘ । କନ୍ଧମାଳ କୋଟଗଡ଼ରେ ଏଣେ ତେଣେ ଘୁରି ବୁଲୁଛି ବାଘ । ଝରିଆପଦା ପ୍ରାଥମିକ ସ୍କୁଲ ହତାକୁ ବି ପଶୁ ପଶୁ ପଶିଗଲା । ଖବର ପାଇବା ପରେ ବାଘର ପାଦ ଚିହ୍ନ ସଂଗ୍ରହ କରିଛନ୍ତି ରେଞ୍ଜ ଅଫିସର ଏବଂ  ବନ ବିଭାଗ କର୍ମଚାରୀ । ସେପଟେ ବାଘ ପାଇଁ ଲୋକେ ଛାନିଆ ଆଉ ପିଲାଙ୍କ ସ୍କୁଲ ଯିବା ବି ବନ୍ଦ ।

{"id":71319}

ସ୍କୁଲ ହତାକୁ ପଶିଗଲା ବାଘ ।କନ୍ଧମାଳରେ କୋଟଗଡ଼ରେ ବୁଲୁଛି  । ଶନିବାର ଦିନ ଝରିଆପଦା ପ୍ରାଥମିକ ସ୍କୁଲ ହତାକୁ ବୁଲୁ ବୁଲୁ ପଶିଗଲା । ପିଲାଏ ଦେଖି ଭୟରେ ଚିତ୍କାର କଲେ । ଶିକ୍ଷକ ବି ଭୟଭୀତ ଅବସ୍ଥାରେ । ବନ ବିଭାଗକୁ ବି ଖବର ଦିଆଗଲା । ରେଂଜ ଅଫିସର, କର୍ମଚାରୀ ଆସି ବାଘର ପାଦ ଚିହ୍ନ ସଂଗ୍ରହ କରିଛନ୍ତି । ତେବେ ବାଘ ଭୟରେ ସେବେଠୁ ପିଲାଏ ଆଉ ସ୍କୁଲ ଆସୁନାହାଁନ୍ତି ।  ଲୋକେ ପୁରା ଆତଙ୍କିତ ଅବସ୍ଥାରେ ।

{"id":71320}

ସ୍କୁଲଟି ଘଞ୍ଚ ଜଙ୍ଗଲ ମଧ୍ୟରେ ରହୁଥିବାରୁ ବାଘଟି ଖାଦ୍ୟ ଅନ୍ବେଷଣରେ ଏଠାକୁ ଚାଲିଆସିଥିବା କୁହାଯାଉଛି। ବାଘ ପୂର୍ବରୁ ଗାଈ,ଗୋରୁ,ଛେଳି ଆଦି ମାରି ଖାଇସାରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ବାଘର ଗତିବିଧିକୁ  ଲକ୍ଷ୍ୟ କରିବା ଲାଗି ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଯାଇଥିବା କହିଛନ୍ତି  ରେଞ୍ଜର। ବାଘ ନାଁ ଶୁଣି ଲୋକେ ଘରୁ ବାହାରୁନାହାଁନ୍ତି ଆଉ । ଦିନରେ ତାଟି କବାଟ ପଡ଼ିକି ରହୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.