ନୂଆପଡାରେ ବାଘ ଆତଙ୍କ : ଜଙ୍ଗଲକୁ ଟେକିନେଲା ଦୁଇଟି ଛେଳି

Published By : Prameya-News7 Bureau | October 21, 2019 IST

ନୂଆପଡା ୨୧|୧୦: ନୂଆପଡାରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି । ନୂଆପଡା ଜିଲ୍ଲା କୋମନା ରେଞ୍ଜ ଦେଓଦର୍ହା ଗାଁରେ ଦେଖିବାକୁ ମିଳିଛି ବାଘ ଆତଙ୍କ ।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ବାଘ ୨ଟି ଛେଳିକୁ ଜଙ୍ଗଲ ଭିତରକୁ ଟେକି ନେଇଥିବା ସୂଚନା ମିଳିଛି । ଗାଁର ବିଭିନ୍ନ ସ୍ଥାନରେ ପଡିଛି ବାଘର ପାଦଚିହ୍ନ । ଖବର ପାଇ ଘଟଣାସ୍ଥଳରେ କୋମନା ବନ ବିଭାଗ ପହଞ୍ଚି ତଲାସି ଜାରି ରଖିଛି । ମାତ୍ର ବାଘର ପତ୍ତା ଏପର୍ଯ୍ୟନ୍ତ ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.