କୋଟଗଡରେ ବାଘ, ସାର ତୁଲ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ
13/12/2020 at 12:52 PM

କନ୍ଧମାଳ ୧୩।୧୨: କନ୍ଧମାଳ କୋଟଗଡ ସାର ତୁଲ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ । ଜଙ୍ଗଲ ନଯିବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଲା ବନ ବିଭାଗ । ପାଦ ଚିହ୍ନରୁ ବାଘର ଉପସ୍ଥିତି ନେଇ କୋଟଗଡ ବନବିଭାଗ ସ୍ପଷ୍ଟ କରିଛି। ସାର ତୁଲ ସରଂକ୍ଷିତ ଜଙ୍ଗଲରେ ବାଘ ଥିବା ବନ କହିଛି।

ବାଘଟି ଖାଦ୍ୟ ଅନ୍ୱେଷଣରେ ଗାଁ ପାଖ ଜଙ୍ଗଲକୁ ଆସିଥିବାରୁ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଲୋକଙ୍କୁ ସତର୍କ କରା ଯାଇଛି । ବାଘଟି ଗତ ଦୁଇଦିନ ତଳେ ଗାଁ ଭିତରକୁ ଆସି ଗାଇ, ଛେଳି ମାରି ଖାଇ ଦେଇଥିଲା । ଗ୍ରାମବାସୀ ଏ ନେଇ ବନ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ବନ କର୍ମଚାରୀ ସାର ତୁଲ ଜଙ୍ଗଲକୁ ଯାଇ ତନାଘନା କରିଥିଲେ। ଶେଷରେ କ୍ୟାମେରା ଟ୍ରାପ ଓ ପାଦ ଚିହ୍ନରୁ କଲରାପତରିଆ ବାଘ ଥିବା ଜାଣିଥିଲେ । ତେବେ ଗ୍ରାମବାସୀ ସତର୍କ ରହିବାକୁ ବନବିଭାଗ ଅଧିକାରୀ ପରାମର୍ଶ ଦେଇଛନ୍ତି । ବାଘଭୟରେ ଗ୍ରାମବାସୀ ଏବେ ଘରୁ ବାହାରୁ ନାହାନ୍ତି।