ଯାଜପୁରରେ ବାଘ ଆତଙ୍କ, ବନ ବିଭାଗ କହୁଛି ବାଘ ନୁହଁ ବରଂ ଏହା ଶୃଗାଳ ପ୍ରଜାତିର ପଶୁ
16/06/2019 at 10:05 AM

ଯାଜପୁର ୧୬|୬: ଯାଜପୁରରେ ଏବେ ଚହଳ ପକେଇଛି ବାଘ ଆତଙ୍କ । ସେପଟେ ବାଘ ଆତଙ୍କକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ଟିଣା ଗୁହାଳି ଗ୍ରାମରେ । ଗତ ଦୁଇଦିନ ପୂର୍ବରୁ ଗୁହାଳି ନିକଟ ଆମ୍ବ ନାଳ ପାଖରେ ବାଘ ଭଳି ଦେଖାଯାଉଥିବା ବାଘ ଓ ତାହା ସହ କିଛି ଛୁଆ ବୁଲୁଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ । ସେଠାରେ ସମସ୍ତେ ଏକତ୍ରିତ ହେବାସହ ଖବର କରିଥିଲେ ବିଞ୍ଝାରପୁର ଥାନାକୁ ।

ସେପଟେ ବିଞ୍ଝାରପୁର ଥାନା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ବନବିଭାଗଙ୍କୁ ଜଣାଇଥିଲେ । ଏପଟରେ ବନବିଭାଗ ଗ୍ରାମବାସୀମାନଙ୍କୁ ସତର୍କ ରହିବା ପାଇଁ କହିଥିବା ବେଳେ, ସେପଟରେ ଏହା ବାଘ ନୁହଁ ବୋଲି ଏହାକୁ ଖଣ୍ଡନ କରିଛନ୍ତି ବନବିଭାଗ । ତେବେ ଏହି ବାଘ ଆତଙ୍କ ସତ ନା ମିଛ !

ଯାଜପୁର ବିଞ୍ଝାରପୁର ଗୁହାଳି ଗ୍ରାମରେ ଏବେ ବାଘ ଆତଙ୍କ । ଏହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀ । ଗ୍ରାମବାସୀଙ୍କ ଚିନ୍ତା ବଢେଇଦେଇଛି ବନ ବିଭାଗର ସେହି ଗୋଟିଏ କଥା- “ସତର୍କ ରୁହନ୍ତୁ” ସାବଧାନତା ଅବଲମ୍ବନ କରନ୍ତୁ । ତେବେ ଏହି ପଦିଏ କଥା ଲୋକମାନଙ୍କର ହଜେଇ ଦେଇଛି ନିଦ । ଏପଟେ ବିଞ୍ଝାରପୁର ଥାନା ଅଧିକାରୀ କହିଛନ୍ତି ଆମେ ବନ ବିଭାଗ ସହ ଯୋଗାଯୋଗ ରଖିଛୁ ଆଉ ଘଟଣା ଉପରେ ମଧ୍ୟ ନଜର ରଖିଛୁ । ଆଉ ବନ ବିଭାଗ କହିଛି ଏହା କୌଣସି ବାଘ ନୁହଁ ବରଂ ଏହା ଶୃଗାଳ ପ୍ରଜାତିର ପଶୁ ।

ଯଦି ସେଠାରେ ଦେଖିଥିବା ଗ୍ରାମବାସୀ କଥା ସତ ତେବେ ବନବିଭାଗ ଏହାପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଉନି କଣ ପାଇଁ । କଣ ରହିଛି ଏହାର କାରଣ ? କାହିଁକି ଧରାଯାଉନି ଦେଖିଥିବା ଏବଂ ଗୁଜବ ଉଠିଥିବା ସେହି ବାଘକୁ । ଯଦି ଏହା ସତ ନୁହଁ ତେବେ ବନବିଭାଗ ଏପରି ଗ୍ରାମବାସୀଙ୍କୁ କହିବାର କାରଣ କଣ ? କଣ ରହିଛି ଏହା ପଛର କାରଣ । ସତ କିଏ କହୁଛି ବନବିଭାଗ ନା ଦେଖିଥିବା ଗ୍ରାମବାସୀ ।