ଗାଁ ଜଙ୍ଗଲରେ ବାଘର ପାଦ ଚିହ୍ନ, ଭୟଭୀତ ସ୍ଥାନୀୟଲୋକ

Published By : Prameya-News7 Bureau | March 05, 2020 IST

ଗଜପତି ୫।୩: ଗଜପତି ଜିଲ୍ଲା ମୋହନା ବନାଞ୍ଚଳ ଅନ୍ତର୍ଗତ ଗାଣ୍ଡlପଦର ଗାଁରେ ବାଘ ଆତଙ୍କ । ଗାଁ ଆଖପାଖରେ ବାଘ ବୁଲୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗାଁ ନିକଟସ୍ଥ ଜଙ୍ଗଲରେ ଗୋଟିଏ ବଳଦର କଙ୍କାଳ ପଡିଥିବା ବେଳେ ବାଘ ପାଦ ଚିହ୍ନ ଦେଖିବାକୁ ମିଳିଛି । ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଖବର ପାଇ ବନ ବିଭାଗ ସର୍ଚ୍ଚ ଅପରେସନ ଜାରି ରଖିଛି । ତେବେ ଏହl ବାଘର ପାଦ ଚିହ୍ନ ନୁହେଁ ବୋଲି ମୋହନା ବନାଞ୍ଚଳ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.