ଚୌଦ୍ଵାର ଡମଣୀ ଜଙ୍ଗଲ ରାସ୍ତାରେ ବୁଲୁଛନ୍ତି ୨ଟି ବାଘ, ସ୍ଥାନୀୟଲୋକ ଭୟଭୀତ
26/11/2020 at 1:09 PM

ଚୌଦ୍ଵାର ୨୬।୧୧: କଟକ ବନଖଣ୍ଡ ଡାଲିଯୋଡ ବନାଞ୍ଚଳରେ ବାଘ ଆତଙ୍କ । ଚୌଦ୍ଵାର ଥାନା ଅନ୍ତର୍ଗତ ଡମଣୀ ଜଙ୍ଗଲରେ ଦେଖାଗଲା ବାଘ । ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ ।
ସୂଚନାଯୋଗ୍ୟ ଯେ, ବୁଧବାର ରାତି ପ୍ରାୟ ୭ଟା ବେଳେ ରାସ୍ତାରେ ୨ଟି ବାଘ ଛୁଆ ଖେଳୁଥିବାର ଦେଖିବାକୁ ମିଳିଥିଲା । ଅନେକ ସମୟ ଧରି ବାଘ ଦୁଇଟି ରାସ୍ତା ଅବରୋଧ କରି ରଖିଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ବାଘ ଦୁଇଟିର ଉଚ୍ଚତା ଅଢେଇ ଫୁଟରୁ ୩ ଫୁଟ ହେବ ବୋଲି କହିଛନ୍ତି । ବାଘ ଦେଖାଯିବା ଖବର ସ୍ଥାନୀୟ ଲୋକ ଜାଣିବା ପରେ ସେମାନଙ୍କ ମଧ୍ୟରେ ଭୟର ବାତ୍ତାବରଣ ଖେଳିଯାଇଛି ।
ଅନ୍ୟପଟେ ଜଙ୍ଗଲ ବିଭାଗ ନିକଟରେ ଏନେଇ କୌଣସି ଖବର ନଥିବା ଜଣାପଡିଛି ।
Related Posts
ଝାରସୁଗୁଡାରେ ଟୋକନ ସମସ୍ୟାକୁ ନେଇ ତାତିଲେ ଚାଷୀ, ଅବରୋଧ କଲେ ଜାତୀୟ ରାଜପଥ
25 January 2021
ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
25 January 2021