Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା

2/12/2021 at 10:32 AM

ଆଲିଗଡ ୦୨/୧୨:  ଚାଲିଥିଲା କ୍ଲାସ୍ । ପାଠ ପଢାରେ ମସଗୁଲ ଥିଲେ ଛାତ୍ରଛାତ୍ରୀ । କିନ୍ତୁ ହଠାତ ପଶିଆସିଲା କଲରାପତରିଆ । ଯିଏ ଯୁଆଡେ ପାରିଲେ ଦୌଡିଲେ । ଶିକ୍ଷକ ଓ ଛାତ୍ରଛାତ୍ରୀ ସମସ୍ତେ ପ୍ରାଣ ବିକଳରେ ଧାଇଁଲେ । ଏହି ସମୟରେ ଆକ୍ରମଣ କଲା ବାଘ । ଶେଷରେ ବନ ବିଭାଗ ସହାୟତାରେ ବାଘକୁ ଉଦ୍ଧାର କରାଗଲା । ଘାଇଲା ହେଲେ ଅନେକ । ଏପରି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ଆଲିଗଡରେ ।

ବନ ବିଭାଗ ଅଧିକାରୀ ଅଦିତି ଶର୍ମାଙ୍କ କହିବାନୁସାରେ, ବୁଧବାର ସକାଳ ୬ଟାରେ ତାଙ୍କ ପାଖକୁ ଏକ ଶିକ୍ଷାନୁଷ୍ଠାନରେ ବାଘ ପଶି ଆସିଥିବା ଖବର ଆସିଥିଲା । ତୁରନ୍ତ ସେ ଟିମ୍ ସହ ଘଟଣାସ୍ଥଳରେ ପହଁଚିଥିଲେ । ସଙ୍ଗେସଙ୍କେ କଲେଜକୁ ଖାଲି କରାଯାଇଥିଲା । ସିସିଟିଭି କ୍ୟାମେରା ସାହାଯ୍ୟରେ ଗୋଟିଏ ପରେ ଗୋଟିଏ କ୍ଲାସରୁମକୁ ଯାଞ୍ଚ କରାଯାଇଥିଲା । ୧୦ ନମ୍ବର ରୁମ ପାଖରେ ବାଘଟି ବୁଲୁଥିବା ସେ ଦେଖିବାକୁ ପାଇଥିଲେ । ସେହି କୋଠରୀର କବାଟ ନଥିଲା । ତେଣୁ ବହୁ କଷ୍ଟରେ ଟ୍ରାଙ୍କୁଲାଇଜ୍ ଜାଲ ସାହାଯ୍ୟରେ ବାଘକୁ କାବୁ କରାଯାଇଥିଲା ।

ଉଦ୍ଧାର କରିବା ପରେ କଲରାପତରିଆକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି । ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଗାଜିଆବାଦ ଅଞ୍ଚଳରେ କଲରାପତରିଆ ଆତଙ୍କ ସୃଷ୍ଟି କରିଥିଲା । ବନ ବିଭାଗ ଦୀର୍ଘ ସମୟ ଧରି ଅପରେସନ କରିବା ସହ ବାଘକୁ ଉଦ୍ଧାର କରିଥିଲା ।

   Related Posts