ଅଜଣା ଗାଡି ଧକ୍କାରେ ହେଟାବାଘ ମୃତ

Published By : Prameya-News7 Bureau | May 25, 2020 IST

ନିଆଳି, ୨୫|୦୫: ଅଜଣା ଗାଡ଼ି ଧକ୍କାରେ ଏକ  ହେଟାବାଘର ମୃତ୍ୟୁ ଘଟିଛି । ଫୁଲନଖରା ନିଆଳି ୬୦ ନମ୍ବର ରାଜ୍ୟ ରାଜପଥର ବ୍ରାହ୍ମଣଝରିଲୋଠାରେ ଏହି ଘଟଣା ଦେଖିବାକୁ ମିଳିଛି ।

କଟକ ଜିଲ୍ଲା ଫୁଲନଖରା-ନିଆଳି ୬୦ ନମ୍ବର ରାଜ୍ୟ ରାଜପଥରେ ଗୋଟିଏ ହେଟାବାଘ ରାସ୍ତା ପାର କରୁଥିଲା ।  ରାସ୍ତା ପାର ହେତ୍ତଥିବା ବେଳେ ଏକ ମାଲବାହୀ ଟ୍ରକ ତାକୁ ଧକ୍କା ଦେଇ ଦ୍ରୁତ ଗତିରେ ପଳାଇଥିବା ଆଶଙ୍କା କରାଯାଉଛି ।  ଫଳରେ ଘଟଣାସ୍ଥଳରେ ବାଘଟିର ମୃତ୍ୟୁ ହୋଇଥିଲା ।

ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାଘର ମୃତ ଦେହ ଜବତ କରି ପୋଷ୍ଟମର୍ଟମ୍ କରିଥିବା ଜଣାପଡ଼ିଛି। ଏହି ଘଟଣା ବନ୍ୟପ୍ରାଣୀପ୍ରେମୀଙ୍କୁ ବ୍ୟଥିତ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.