Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଡିସଚାର୍ଜ
  • ||
  • ବିଧାୟିକାଙ୍କ ଘର ଆଗରେ ବୋମାମାଡ଼, ଦୁଇ ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତକୁ ମିଳିଲା ଆଉ ଏକ ପଦକ, ୫୭ କେଜି କୁସ୍ତିରେ ରବି ଦାହିୟା ଜିତିଲେ ରୌପ୍ୟ ପଦକ
  • ||
  • ଜଗତସିଂହପୁର : ଶୁକ୍ରବାର ଖୋଲିବ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିର, ଖୋଲିବ ଗୋରେଖନାଥଙ୍କ ପୀଠ
  • ||
  • କଟକ : ସ୍କୁଟି ମିଳିଥିଲା ମଧୁସୂଦନ ସେତୁରୁ, ମୃତଦେହ ମିଳିଲା ଯୋବ୍ରା ଆନିକଟରୁ : ମଙ୍ଗଳବାରଠୁ ଥିଲେ ନିଖୋଜ
  • ||
  • ବଡବିଲ : ରାସ୍ତା କଡକୁ ଓଲଟି ହୁତୁହୁତୁ ହୋଇ ଜଳିଗଲା ହାଇୱା
  • ||
  • ଭୁବନେଶ୍ବର : ରାଜ୍ୟ ମାନବାଧିକାର ଆୟୋଗରେ ଅଗ୍ନିକାଣ୍ଡ, ଏସି ସଟ୍ ସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା
  • ||
  • ରାଉରକେଲା : ବଡଧରଣର ଜିଏସ୍‌ଟି ଠକେଇ, ବନ୍ଧାହେଲା ୮୦ କୋଟି ଟଙ୍କା ଠକିନେଇଥିବା ଠକ
  • ||
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • କଟକ : ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||

ଆତଙ୍କ ଖେଳାଇଥିବା ବାଘର ମୃତ୍ୟୁ, ରେଳଧାରଣାରୁ ମିଳିଲା ମୃତଦେହ

5/08/2020 at 11:17 AM

ସୁନ୍ଦରଗଡ ୦୫।୦୮:  ସୁନ୍ଦରଗଡ ଜିଲ୍ଲା ହେମଗିରି ରେଞ୍ଜରେ ବାଘ ଆକ୍ରମଣରେ ୪ ଜଣ ଆହତ ଘଟଣା । ଅଞ୍ଚଳରେ ଆତଙ୍କ ଖେଳାଇଥିବା ବାଘର ମୃତଦେହ ଗାଁ ନିକଟ ରେଳ ଧାରଣାରୁ ଉଦ୍ଧାର ହୋଇଛି । ଗାଁ ନିକଟ ରେଳ ଧାରଣାରୁ ମିଳିଛି କଲରାପତରିଆ ବାଘର ମୃତଦେହ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବାଘ ମୃତ୍ୟୁର କାରଣ ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ରେ ଗତକାଲି ରାତି ପ୍ରାୟ 9 ଟା ସମୟ ରେ  ହେମଗିରି ଫରେଷ୍ଟ ରେଞ୍ଜର ବଡ ରମ୍ପିୟା ଗାଁରେ କଲରାପତରିଆ ଆତଙ୍କ ଖେଳାଇଥିଲା ।  ବାଘ ଚାରି ଜଣଙ୍କୁ  ଆକ୍ରମଣ କରି ଘାଇଲା କରିଦେଇଥିଲା । କିନ୍ତୁ ଆଜି ସକାଳ ସମୟରେ ସେହି କଲରାପତରିଆ ବାଘର ମୃତ ଦେହ ନିକଟସ୍ଥ ରେଲୱେ ଲାଇନରୁ ଉଦ୍ଧାର ହୋଇଛି । ବାଘର ମୃତ୍ୟୁ କିପରି ହେଲା ତାହା ଅସ୍ପଷ୍ଟ ରହିଛି । ସେପଟେ ବାଘକୁ ସ୍ଥାନୀୟ ଲୋକ ହତ୍ୟା କରିଥିବା ସନ୍ଦେହ କରାଉଛି । ବାଘକୁ ମାରି ରେଲୱେ ଲାଇନକୁ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି  ।  ବାଘକୁ ରେଲୱେ ଦୁର୍ଘଟଣା ଦର୍ଶାଇବା ତାକୁ ରେଲୱେ ଟ୍ରାକରେ ଫୋପାଡି ଦେଇଥିବା ଜଣାପଡ଼ିଛି । ତେବେ ବାଘ ମୃତ୍ୟୁର ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରହିଛି ।  

   Related Posts