ଛେଣ୍ଡିପଦାରେ କଲରାପତରିଆ ବାଘର ମୃତ୍ୟୁ

Published By : Prameya-News7 Bureau | February 10, 2019 IST

ଅନଗୁଳ ୧୦|୨:  ଅନଗୁଳ ଛେଣ୍ଡିପଦା ବନାଚଳରେ କଲରାପତରିଆ ବାଘର ମୃତ୍ୟୁ ହୋଇଛି । କଣଲୋଇ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ତେବେ ବାଘ ମୃତ୍ୟୁର କାରଣ ଜଣାପଡିନି । ସ୍ଥାନୀୟ ଲୋକ ପାଖ ଜଙ୍ଗଲରୁ ପତ୍ର ତୋଳିବାକୁ ଯାଇଥିଲା ବେଳେ ମୃତ ବାଘକୁ ଦେଖିବାକୁ ପାଇଥିଲେ । ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ପରେ ବାଘର ପୋଷ୍ଟମର୍ଟମ କରାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ରୋଗାଗ୍ରସ୍ତ ହୋଇ ବାଘର ମୃତ୍ୟୁ ହୋଇଥିବା ଜଣାପଡିଛି । ଅଧିକ ତଦନ୍ତ ପାଇଁ ବାଘର ଭିସେରା ସାମ୍ପଲ ଭୁବନେଶ୍ବର ଓୟୁଏଟିକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ଅନଗୁଳ ଡିଏଫଓ ଭି.କାର୍ତ୍ତିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.