ଆମପାଣି ଅଞ୍ଚଳରେ ବୁଲୁଛନ୍ତି ବାଘ ଛୁଆ, ଥାନା ସିସିଟିଭିରେ କଏଦ ହେଲା ଚିତ୍ର
15/01/2021 at 5:24 PM

ଧର୍ମଗଡ ୧୫।୧: କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ପରିସରରେ ବୁଲୁଛନ୍ତି ଛୁଆ ବାଘ । ଗୁରୁବାର ରାତି ୧୦ଟା ବେଳେ ୨ଟି ବାଘ ଛୁଆ ବୁଲୁଥିବା ଚିତ୍ର ଥାନାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଗତ କିଛି ଦିନ ତଳେ ଆମପାଣି ଘାଟିରେ ଏକ କଲରା ପତରିଆ ବାଘ ଦେଖିବାକୁ ମିଳିଥିଲା ।

ଏହାପରେ ଆମପାଣି ଘାଟି ସାହାଜଖୋଲ ଜଙ୍ଗଲରେ ବାଘ ଥିବା ପ୍ରମାଣିତ ହୋଇଛି । ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଘଟଣା ପରେ ବନ ବିଭାଗର ଏକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
Related Posts
ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ
3 March 2021