ପହଁରି ପହଁରି ନଦୀ ପାର ହେଉଛି ବାଘ, ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ
25/01/2021 at 12:02 PM

ନୂଆଦିଲ୍ଲୀ, ୨୫/୧: ଆପଣ ଜାଣିଛନ୍ତି ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ଯିବା ପାଇଁ ଯଦି ମଝିରେ ନଦୀ ପଡ଼େ ତେବେ ଆମେ ଡଙ୍ଗା ସହାୟତାରେ ପାର ହେଉଥାଉ । କିନ୍ତୁ ଜୀବଜନ୍ତୁ କେମିତି ପାର ହୁଅନ୍ତି କେବେ ଦେଖିଛନ୍ତି ଯଦି ଦେଖିନାହାନ୍ତି ତେବେ ଦେଖନ୍ତୁ ଏହି ଭିଡ଼ିଓ…
Bagh…Bagh! 🐅
— Ramesh Pandey (@rameshpandeyifs) January 24, 2021
This sighting of a young tiger crossing the river was undoubtedly an unusual one. However, keeping silence and safe distance is a must. See the video till end. VC:WA pic.twitter.com/NxjWyZCpw5
ଏହି ଭାଇରାଲ୍ ଭିଡିଓରେ, କିଛି ପିଲା ଗୋଟିଏ ବୋଟ୍ରେ ବସିଥିବା ଦେଖାଯାଉଛି । ଏହି ସମୟରେ କିଛି ଦୂରରେ ବାଘଟିଏ ପହଁରି ପହଁରି ନଦୀ ପାର ହେଉଥିବା ସେମାନେ ଦେଖିବାକୁ ପାଉଛନ୍ତି । ଏହାପରେ ବାଘ ବାଘ ବୋଲି ଚିତ୍କାର କରୁଛନ୍ତି ଏବଂ ବାଘଟିର ପାଖକୁ ବୋଟଟିକୁ ନେଉଛନ୍ତି ।
ବାଘଟି ପିଲାମାନଙ୍କୁ ଦେଖି ଜୋରରେ ପହଁରିବାକୁ ଲାଗୁଛି ଏବଂ ଶେଷରେ କୂଳରେ ପହଞ୍ଚି ଜଙ୍ଗଲକୁ ପଳାଉଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟକୁ ବୋଟ୍ରେ ଥିବା ପିଲାମାନେ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି ।
ତେବେ ଏହି ଭିଡିଓଟିକୁ ଭାରତୀୟ ଫରେଷ୍ଟ ସେବାର ଅଧିକାରୀ ରମେଶ ପାଣ୍ଡେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ପାଖାପାଖି ୨୦ ହଜାର ଲୋକ ଏହାକୁ ଦେଖିସାରିଥିବା ବେଳେ ଟ୍ୱିଟର୍ ବ୍ୟବହାର କରି ଏହି ଭିଡିଓକୁ ନେଇ ବିଭିନ୍ନ ମତ ଦେଇଥିବା ଦେଖିବାକୁ ମିଳିଛି ।