Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଜଙ୍ଗଲ ରାସ୍ତା ଦେଇ ଯାଉଥିଲେ ୩ଜଣ, ୨ଜଣଙ୍କୁ ଖାଇଦେଲା ବାଘ, ଜଣେ ଗୁରୁତର

13/07/2021 at 9:06 AM

ପିଲିଭିଟ୍‌, ୧୩/୦୭: ଉତ୍ତରପ୍ରଦେଶର ପିଲିଭିଟ୍‌ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତିନି ଜଣଙ୍କୁ ବାଘ ଆକ୍ରମଣ କରିଥିବା ଜଣାପଡ଼ିଛି । ରବିବାର ରାତ୍ରୀ ସମୟରେ ବାଘ ଆକ୍ରମଣ କରି ଦୁଇଜଣଙ୍କୁ ଖାଇ ଦେଇଥିବା ବେଳେ ଜଣେ ଏଥିରେ ଆହାତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁସାରେ ଏହି ତନିଜଣ ବ୍ୟକ୍ତି ଏକ ବାଇକ୍‌ ଯୋଗେ କୌଣସି ସ୍ଥାନକୁ ଯାଉଥିବା ବେଳେ ପିଲିଭିଟ୍‌ ଫରେଷ୍ଟ ଅଞ୍ଚଳରେ ବାଘ ସେମାନଙ୍କୁ ଆକ୍ରମଣ କରିଥିଲା । ତିନିଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଜଣଙ୍କର ନାମ ୨୫ ବର୍ଷୀୟ କନ୍‌ହାଇ ଏବଂ ଅନ୍ୟ ଦୁଇଜଣ ସୋନୁ (୨୫) ଏବଂ ମୋନୁ ବୋଲି ଜଣାପଡ଼ିଛି ।

ବାଘ ଆକ୍ରମଣରେ ସୋନୁ ଏବଂ କନ୍‌ହାଇର ମୃତ୍ୟୁ ହୋଇଥିବା ବେଳେ ମୋନୁ ଗଛରେ ଚଢ଼ିଯିବାରୁ ମୃତ୍ୟୁ ମୁଖରୁ ବଞ୍ଚିଯାଇଛି । ଦୁଇଜଣଙ୍କର ସେଠାରେ ହିଁ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ଘୁଙ୍ଗୁରାଇ-ଦିୟୁରିଆ ଜଙ୍ଗଲ ରାସ୍ତାରେ ଘଟିଛି ଖଣ୍ଡେଲୱାଲ୍‌ ।  ଏନେଇ ପିଲିଭିଟ୍‌ ବାଘ ସଂରକ୍ଷଣ ଡିଭିଜନ୍‌ର ଡେପୁଟି ନିର୍ଦ୍ଦେଶକ ନବୀନ କହିଛନ୍ତି ।  

ତେବେ ଦୁଇ ବ୍ୟକ୍ତିଙ୍କ ମୃତଦେହ ପୋଷ୍ଟମର୍ଟମ କରିବା ପାଇଁ ପୋଲିସ୍‌ ପଠାଇଥିବା ବେଳେ ସେମାନଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଇଛି । ବାଘର ଗତିବିଧି ଲକ୍ଷ୍ୟ କରିବା ପାଇଁ ୨୦ଟି କ୍ୟାମେରା ଲଗାଯାଇଛି । ଜଙ୍ଗଲର ପ୍ରବେଶ ପଥକୁ ବନ୍ଦ କରିଦିଆଯାଇଥିବା ଖଣ୍ଡେଲୱାଲ୍‌ କହିଛନ୍ତି ।   

   Related Posts