Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ପରିବାର ସହ ଭଗବାନଙ୍କ ଦର୍ଶନ ପାଇଁ ଯାଉଥିଲେ, ବାଘ ହାବୁଡରେ ପଡିଗଲେ : ଚାଲିଗଲା ୬ ବର୍ଷର ନାବାଳକର ଜୀବନ

12/10/2021 at 4:03 PM

ରାଇଘର ୧୨/୧୦ : ମନ୍ଦିର ଯାଇଥିଲେ ଭଗବାନଙ୍କୁ ଦର୍ଶନ କରିବାକୁ କିନ୍ତୁ ବାଟରେ ଜଗିଥିଲା କାଳ । ଚାଲିଗଲା ଜଣେ ନିଷ୍ପାପ ଶିଶୁର ଜୀବନ । ନବରଙ୍ଗପୁର ଜିଲ୍ଲା ରାଇଘର ତୁରୁଡିହି ଗାଁରେ ବାଘ ଆକ୍ରମଣରେ ଜଣେ ୬ ବର୍ଷର ନାବାଳକର ମୃତ୍ୟୁ ଘଟିଛି । ମୃତକ ଶିଶୁର ନାଁ ହେଉଛି ଅମିତ୍ ମର୍କାମ୍‌ ।

ସୂଚନା ଅନୁଯାୟୀ, ଅମିତ୍ ପରିବାର ସହ ଛତିଶଗଡର ସିହାଞ୍ଜା ସ୍ଥିତ ଏକ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ସମୟରେ ଅଚାନକ଼୍ ଏକ ଚିତାବାଘ ସେମାନଙ୍କ ଉପରକୁ ଝାମ୍ପ ମାରିଥିଲା । ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଦୌଡୁଥିବା ବେଳେ ଅମିତ୍ ବାଘ ହାବୁଡରେ ପଡି ଯାଇଥିଲେ। ବାଘ ତାଙ୍କୁ ଟାଣି ନେଇ ପାହାଡ଼ ଉପରକୁ ଚାଲି ଯାଉଥିବା ସମୟରେ ଜଙ୍ଗଲ ବିଭାଗ ଅଧିକାରୀ ଏବଂ ସିହାଞ୍ଜା ପୋଲିସ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

   Related Posts