ହେମଗିରି ଫରେଷ୍ଟ ରେଞ୍ଜରେ ପୁଣି ବାଘ ଆତଙ୍କ : ଜଣେ ବ୍ୟକ୍ତି ଆହତ, ସ୍ଥାନୀୟ ଲୋକ ଆତଙ୍କିତ

Published By : Prameya-News7 Bureau | September 17, 2020 IST

ସୁନ୍ଦରଗଡ଼ ୧୭।୦୯: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜରେ ପୁଣି ବାଘ ଆତଙ୍କ । କିଛି ଦିନ ତଳେ ବାଘ ଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ଟ୍ରେନ ଲାଇନ କଡ଼ରୁ ଗୋଟିଏ ବାଘର ମୃତଦେହ ଉଦ୍ଧାର ହୋଇଥିଲା ।

ଏବେ ହେମଗିରି ରେଞ୍ଜର ରୋହିଣୀ ସେକ୍ସନର ଢ଼େକନାପାଣି ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଚିତାବାଘ ଆତଙ୍କ ଖେଳାଇଥିବା ଜଣାପଡ଼ିଛି । କିଛି ଲୋକ ଗୋରୁ ଚରାଉଥିବା ବେଳେ ବାଘ ଗୋରୁ ଚରାଳିଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି । ବାଘଦେଖି ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏ ନେଇ ଲୋକେ ବନବିଭାଗକୁ ଜଣାଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ପାଟ୍ରୋଲିଂ ଏବଂ ଟ୍ରେସିଂକୁ ଜୋରଦାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.