କଳାହାଣ୍ଡିରେ ବାଘ ଆତଙ୍କ ; ଗାଈକୁ କଲା ଆକ୍ରମଣ
17/02/2019 at 11:37 AM

କଳାହାଣ୍ଡି ୧୭|୨: କଳାହାଣ୍ଡି ଲାଞ୍ଜିଗଡ ବ୍ଲକ୍ ଗୁଣ୍ଡରୀ ପଞ୍ଚାୟତରେ ବାଘ ଆତଙ୍କ । ଗୋଟିଏ ଗାଈକୁ ବାଘ ଆକ୍ରମଣ କରିଥିବା ସନ୍ଦେହ । ନାନ୍ଦକଣା ଗାଁରେ ମହେଶ୍ବର ନାଗଙ୍କ ଗାଈକୁ ବାଘ ଖାଇଥିବା ଅଭିଯୋଗ ହୋଇଛି । ବାଘ ଆତଙ୍କରେ ପଞ୍ଚାୟତର ୧୧ଟି ଗାଁ ଲୋକ ଭୟଭୀତ ହୋଇପଡିଛନ୍ତି । ଖବର ପାଇ ବନ ବିଭାଗ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୧୫ଦିନ ତଳେ ଲେହେଡା ଗାଁର ୨ଟି ଛେଳି, ବାତୁଆ ଗାଁର ଛେଳି ଓ ଗାଈ ବାଘ ଆକ୍ରମଣ ଶିକାର ହୋଇଥିବା ଅଭିଯୋଗ ହୋଇଥିଲା ।
Related Posts
ଗୋରୁମହିଷାଣୀ ସିଏଚସର ଲକ୍ଷାଧିକ ଟଙ୍କାର ବିଜୁଳି ବିଲ୍ ବକେୟା !
25 January 2021