ପତାକା ଉତ୍ତୋଳନ ବେଳେ ଆକ୍ରମଣ କଲା କଲରାପତରିଆ, ବନ କର୍ମଚାରୀଙ୍କ ସହ ୪ ଆହତ

Published By : Prameya-News7 Bureau | August 15, 2020 IST

ଡେରାଡୁନ୍, ୧୫|୦୮:  ଉତ୍ତରାଖଣ୍ଡର ତିହରୀରେ ସ୍ୱାଧିନତା ଦିବସ ଉପଲକ୍ଷେ ପତାକା ଉତ୍ତୋଳନ ବେଳେ ଗୋଟିଏ ସ୍ଥାନରେ କଲରାପତରିଆ ବାଘ ଆକ୍ରମଣ କରିଛି  । ଏଥିରେ ଜଣେ ବନ ଅଧିକାରୀଙ୍କ ସମେତ ୪ଜଣ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି ।

ସୂଚନାନୁସାରେ, ତିହରୀ ଜିଲ୍ଲାରେ ଲଗାତାର ଭାବେ କଲରାପତରିଆ ବାଘର ଆତଙ୍କ ଦେଖିବାକୁ ମିଳେ । ଶନିବାର ଜିଲ୍ଲାର ମଲେଥା ଗ୍ରାମରେ ସ୍ୱାଧିନତା ଦିବସ ଉପଲକ୍ଷେ ଜିଲ୍ଲାର ଗୋଟିଏ ସ୍ଥାନରେ ପତାକା ଉତ୍ତୋଳନ କରାଯାଉଥିଲା । ଏହି ସମୟରେ ବନ ବିଭାଗର ଅଧିକାରୀଙ୍କ ସହ କିଛି ସ୍ଥାନୀୟ ଲୋକ ମଧ୍ୟ ଥିଲେ । ହଠାତ୍ ଏକ କଲରାପତରିଆ ବାଘ ସେମାନଙ୍କ ଉପରେ ଆକ୍ରମଣ କରିଥିଲା ।

ଏହି ଆକ୍ରମଣରେ ବନ ବିଭାଗର ଜଣେ ଅଧିକାରୀଙ୍କ ସମେତ  ୪ଜଣ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି । ବାଘକୁ ଧରିବା ପାଇଁ ବନ ବିଭାଗର କର୍ମଚାରୀ ଲାଗି ପଡିଛନ୍ତି ।

ସୂଚନାଯୋଗ୍ୟ, ଗତ ୮ ତାରିଖରେ ଏକ କଲରାପତରିଆ ବାଘ ଗ୍ରାମର ଜଣେ ଯୁବତୀଙ୍କୁ ମଧ୍ୟ ଆକ୍ରମଣ କରି କ୍ଷତାକ୍ତ କରିଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.