ଆସୁଛି ବଲିଉଡର ସବୁଠୁ ମହଙ୍ଗା ଫିଲ୍ମ ଟାଇଗର-୩, ଏକାଠି ନଜର ଆସିବେ ସଲମାନ-କ୍ୟାଟ୍ରିନା
11/09/2020 at 11:39 AM

ମୁମ୍ବାଇ ୧୧/୦୯: ପୁଣି ଆସୁଛି ବଲିଉଡ ଭାଇଜାନ୍ ଅର୍ଥାତ ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ‘ଏକ ଥା ଟାଇଗର’ ଓ ‘ଟାଇଗର ଜିନ୍ଦା ହୈ’ ପରେ ଆଉ ଏକ ଟାଇଗର ସିରିଜ୍ । ଟାଇଗର-୩ ପାଇଁ ମଧ୍ୟ ଦର୍ଶକେ ଅପେକ୍ଷାରେ ଅଛନ୍ତି। ତେବେ ଏବେ ସୁଦ୍ଧା ୟଶରାଜ ଫିଲ୍କକୁ ନେଇ କିଛି ଘୋଷଣା କରି ନାହିଁ। ମାତ୍ର କୁହାଯାଉଛି ଟାଇଗର ୩ ମହଙ୍ଗା ବଜେଟରେ ତିଆରି ହେବ। ଯାହା ବଲିଉଡ ଇତିହାସରେ ସବୁଠୁ ମହଙ୍ଗା ବଜେଟ୍ ଫିଲ୍ମ ତାଲିକାରେ ସାମିଲ ହେବ।
ସଲମାନ ଓ କ୍ୟାଟ୍ରିନା ଏଥିରେ ନଜର ଆସିବେ। କୁହାଯାଉଛି ଟାଇଗର ୩ ପ୍ରଡକ୍ସନ୍ କାଷ୍ଟ ୨୦୦ରୁ ୨୨୫ କୋଟି ଟଙ୍କାରେ ହେବ। ଯାହା ଏବେ ସୁଦ୍ଧା କୌଣସି ହିନ୍ଦୀ ଫିଲ୍ମ ପାଇଁ ସବୁଠୁ ବଡ଼ ପ୍ରଡକସନକାଷ୍ଟ ହେବ। ସେହିପରି ପ୍ରିଣ୍ଟ ଓ ପବ୍ଲିସିଟିରେ ଖର୍ଚ ହେବ ୨୦ରୁ ୨୫ କୋଟି ଟଙ୍କା । ରିପୋର୍ଟ ଅନୁସାରେ ସଲମାନ ଟାଇଗର ୩ ପାଇଁ ୧୦୦ କୋଟି ଟଙ୍କା ନେବେ। ଏହା ସହ ଫିଲ୍ମ ଲାଭରେ ମଧ୍ୟ ସେ ଭାଗିଦାରୀ ହେବେ। ଟାଇଗର୍ -୩କୁ ୬ରୁ ୭ଟି ଦେଶରେ ଗୋଟିଏ ଅନ୍ତର୍ଜାତୀୟ ଷ୍ଟଣ୍ଟ୍ ଟିମ୍ ସହ ସୁଟ୍ କରାଯିବ। ଏହାର ସ୍ପ୍ରିପ୍ଟ କାମ ୨ ବର୍ଷ ହେବ ଜାରି ରହିଛି।
ତେବେ ୨୦୧୭ରେ ଫିଲ୍ମ ଟାଇଗର ଜିନ୍ଦା ହୈ ୪୦୦ କୋଟି କ୍ଲବରେ ସାମିଲ ହେବା ପରେ ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଥିଲା ଗୋଟିଏ। କେବଳ ଭାରତରେ ଏହା ୩୩୯.୧୬ କୋଟି ଟଙ୍କା ରୋଜଗାର କରିଥିଲା।