Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜାଯାଇଥିଲା ଟିଫିନ୍ ବୋମା, ଉଦ୍ଧାର କଲେ ସିଆରପିଏଫ ଯବାନ

10/03/2021 at 9:44 AM

ଜୟପୁର ୧୦।୩: ବିଏସଏଫ ଯବାନଙ୍କୁ ଟାର୍ଗେଟ କରି ଖଞ୍ଜା ଯାଇଥିଲା ଟିଫିନ୍ ବୋମା । ଏହାକୁ ଉଦ୍ଧାର କରିବା ସହ ବିସ୍ଫୋରଣ କରାଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ୍ ରାମଗିରିଠାରେ ଥିବା ବିଏସଏଫର (ବି) ୧୫୧ ବାଟାଲିୟନକୁ କୌଣସି ସୂତ୍ରରୁ ଖବର ମିଳିଥିଲା ଯେ, ରାମଗିରି ପଞ୍ଚାୟତର ସିନ୍ଧିଆଗୁଡା ଜଙ୍ଗଲର ଗୋଟିଏ ଗଛ ମୂଳରେ ଗୋଟିଏ ଥଣ୍ଡା ପାନୀୟ କାର୍ଟୁନ ସନ୍ଦେହଜନକ ଅବସ୍ଥାରେ ପଡ଼ିରହିଛି। ସୂଚନା ପାଇବା ପରେ ବିଏସଏଫ ଯବାନ ଏବଂ ରାମଗିରି ପୋଲିସ ମିଳିତ ଭାବେ ଜଙ୍ଗଲ ଭିତରକୁ କମ୍ବିଂରେ ବାହାରିଥିଲେ ଯବାନ । ସେହି ଗଛ ମୂଳରେ ଥଣ୍ଡା ପାନୀୟର ଗୋଟିଏ କାର୍ଟୁନ୍ ରହିଥିବା ଦେଖିବା ପରେ ନିଜ ସାଥିରେ ନେଇଥିବା ସନ୍ଧାନୀ କୁକୁରକୁ ଛାଡି ଦେଇଥିଲେ । ସନ୍ଧାନୀ କୁକୁରଟି ଗଛ ମୂଳକୁ ଯାଇ ଥଣ୍ଡା ପାନୀୟ କାର୍ଟୁନ୍ କୁ ନଛୁଇଁ ନିଜ ଗୋଡ଼ ସାହାଯ୍ୟରେ ମାଟି ଖୋଳିବା ଆରମ୍ଭ କରିଥିଲା । ପରେ ଯବାନମାନେ ସତର୍କତାର ସହ ମାଟି ତଳେ ପୋତା ହୋଇଥିବା ଏକ ଟିଫିନ୍ ବୋମା ଉଦ୍ଧାର କରିଥିଲେ । ଉକ୍ତ ଟିଫିନ୍ ବୋମାକୁ ଦୂରକୁ ନେଇ ଫୋପାଡ଼ି ଦେବାରୁ ବିସ୍ଫୋରଣ ଘଟିଥିଲା । ରାମଗିରି ସ୍ଥିତ ବିଏସଏଫ ଯବାନମାନେ ପ୍ରାୟତଃ ଜଙ୍ଗଲ ଭିତରକୁ କମ୍ବିଂ ପାଇଁ ଯାଉଥିବାରୁ ସେମାନଙ୍କୁ ଲକ୍ଷ୍ୟ କରି ଏହି ଟିଫିନ୍ ବୋମା ଖଞ୍ଜା ଯାଇଥିବା ଜଣାପଡିଛି । ତେବେ ଏହାର ପ୍ରକୃତ ଓଜନ କେତେ ଜଣାପଡ଼ିଥିଲେ ମଧ୍ୟ ଏକ ୫ ଲିଟରର ଟିଫିନ୍ ରେ ଆଇଇଡି ଖଞ୍ଜା ଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଏହି ଅପରେସନରେ ରାମଗିରି ଫାଣ୍ଡି ଅଧିକାରୀ ପି.କେ. ନିଶିକା, ଏଏସ୍ଆଇ ଏସ୍.କେ. ପାଣିଗ୍ରାହୀ ଏବଂ କନେଷ୍ଟବଳ ଅନିରୁଦ୍ଧ ବିଶୋୟୀ ଅଂଶଗ୍ରହଣ କରିଥିଲେ ।

   Related Posts